Singha Rashifal

ସିଂହ ରାଶି

       ଗ୍ରହସ୍ଥିତି :-

                    ରାଶି ଚକ୍ରର ପଞ୍ଚମ ରାଶି ସିଂହ ରାଶି | ସିଂହ ରାଶିର ରାଶ୍ୟାଧିପତି ରବି | ରାଶିଠାରୁ ସପ୍ତମରେ ବୃହସ୍ପତି | ୧୩ ଏପ୍ରିଲ ପରେ ବୃହସ୍ପତି ଅଷ୍ଟମକୁ ଯିବେ |ଏବେ ଷଷ୍ଠରେ ଶନି ଅଛନ୍ତି | ୨୯ ଏପ୍ରିଲ ପରେ ସପ୍ତମ ସ୍ଥାନକୁ ଯିବେ | ଶନି ସପ୍ତମରେ ଥାଇ ଚତୃର୍ଥ ଘର ପ୍ରତି ଦୃଷ୍ଟି ରହିବ | ୧୩ ଏପ୍ରିଲ ପରେ ବୃହସ୍ପତିଙ୍କ  ଦୃଷ୍ଟି ଧାନ ସ୍ଥାନକୁ ରହିବ | ରାହୁ ୧୩ ଏପ୍ରିଲ ପରେ ଭାଗ୍ୟସ୍ଥାନକୁ ବା ନବମ ସ୍ଥାନକୁ ମଙ୍ଗଳକୁ ଯିବେ | କେତୁ ମଧ୍ୟ ତୃତୀୟ ସ୍ଥାନକୁ ଯିବେ | ରାହୁ ଓ କେତୁଙ୍କର ସ୍ଥିତି ଆପଣଙ୍କ ପାଇଁ ବହୁତ ଶୁଭ ଦାୟକ ଯେତେବେଳେ ଗୋଚାରରେ ରାହୁ ନବମ ସ୍ଥାନକୁ ଯିବେ କେତୁ ତୃତୀୟକୁ ପଳେଇଆସିବେ ତାହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭପ୍ରଦ | ବର୍ତ୍ତମାନ ବୃହସ୍ପତି ଅବସ୍ଥିତି ଆପଣଙ୍କ ପାଇଁ ଶୁଭପ୍ରଦ ଅଟେ |

       ବାର୍ଷିକ ଶୁଭାଶୁଭ ଫଳ :-

                                                       ଏ ବର୍ଷ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭପ୍ରଦ | ବର୍ଷ ଆରମ୍ଭରୁ ମାତାପିତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ | ସେଠି ପାଇଁ ଜଗିରଖି ଚଲାନ୍ତୁ | ନିଜର ଯଦି ବ୍ଳଡ଼ପ୍ରେସର , ଡାଇବେଟିସ କିମ୍ବା ଗଣ୍ଠି ଜନିତ ସମସ୍ୟା ଥିଲେ ଜଗିରଖି ଚଲାନ୍ତୁ | ଜାନୁଆରୀରୁ ମାର୍ଚ୍ଚ ମାସ ଟିକେ ସମୟ ଜଟିଳ ରହିବ | ଟିକେ ସତର୍କ ରୁହନ୍ତୁ | ମାର୍ଚ୍ଚ ୧୫ ପରଠାରୁ ସ୍ଥିତିରେ କିଛି ଉନ୍ନତି ଆସିବା | ଖାଦ୍ୟ ପେୟ ଠିକ ଭାବେ କରନ୍ତୁ | ଦୂରଯାତ୍ରା କରିବାର ସୁଯୋଗ ଅଛି | ପାରିବାରିକ ଜୀବନରେ ବିବାହ ବ୍ରତ ଆଦି ମାଙ୍ଗଳିକ କାର୍ଯ୍ୟ ହେବ | ଆଗକୁ ସମୟ ମଧ୍ୟ ଭଲ ରହିଛି |

୨୦୨୨ ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ | କୌଣସି ପ୍ରତିଷ୍ଠା ପୂର୍ଣ୍ଣ ପଦବୀରେ ବସିପାରନ୍ତି | ପଂଚାୟତ ନିର୍ବାଚନ ବା ପୌର ନିର୍ବାଚନ ଯଦି ଆପଣ ନିୟୋଜିତ ଅଛନ୍ତି ତାହେଲେ ଅପାଙ୍କ ସ୍ଥିତି ବଜାଇ ରହିବ ଏବଂ ବିଜୟୀ ମଧ୍ୟ ହେବେ  | ଦାମ୍ପତ୍ୟ ଜୀବନରେ କିଛିଟା ସମସ୍ୟା ଦେଖା ଦେଇପାରେ | ଖର୍ଚ ଟିକେ ଅଧିକ କରିପାରନ୍ତି | ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାରେ ପଡିପାରନ୍ତି | ଏ ବର୍ଷ ଇନଭେଷ୍ଟ ପାଇଁ ଭଲ ସମୟ | ଗ୍ରହ ଚକ୍ରରୁ ଜଣାପଡୁଛି ପ୍ରାୟତଃ ଫେବୃଆରୀ ୧୫ରୁ ଜୁନ ମଧ୍ୟରେ କିଛି ହେଭି ଇନଭେଷ୍ଟ କରିପାରନ୍ତି | ହେଭି ଇନଭେଷ୍ଟ ଅର୍ଥାତ ଜମି କିଣାକିଣି , ଯାନବାହାନ କ୍ରୟ କିମ୍ବା ଗୃହ ନିର୍ମାଣ କରିପାରନ୍ତି କିଛି ପଲିସି ବା ବୀମା କରିପାରନ୍ତି,ନୂଆକରି କିଛି ବାଣିଜ୍ୟ ଆରମ୍ଭ କରିପାରନ୍ତି ,କିନ୍ତୁ ପାର୍ଟନରସିପରେ କିଛି  ଇନଭେଷ୍ଟ କରନ୍ତୁ ନାହିଁ |

ଏପ୍ରିଲ , ମେ, ଜୁନରେ ଧନ ଲାଭର ଯୋଗ ରହିଛି | ସନ୍ତାନ ପ୍ରାପ୍ତି ପାଇଁ ବର୍ଷଟି ଭଲ ରହିଛି | ଯଦି ଆପଣ ନବ ଦମ୍ପତି ହୋଇଥିବେ ସନ୍ତାନ ପାଇଁ ଯୋଜନା କରିଥାନ୍ତି ତେବେ ଏବର୍ଷଟି ଅପାଙ୍କ ପାଇଁ ଶୁଭ ଦାୟକ ଅଟେ | ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ | ଅନ୍ୟମାନଙ୍କୁ କିଛି କହିବା ପୂର୍ବରୁ ଭାବି ଚିନ୍ତି କୁହନ୍ତୁ | କାରଣ ଏବର୍ଷ ଆପଣଙ୍କ ପାଇଁ ବକସଂଜମତା ନିହାତି ଦରକାର | ଫେବୃଆରୀ ଶେଷ ବା ମାର୍ଚ୍ଚଠାରୁ ସେପ୍ଟେମ୍ବର ୧୫ ଅକ୍ଟୋବର ମଧ୍ୟରେ କିଛି ନୂତନ କାର୍ଯ୍ୟ , ଚାକିରୀରେ ଉନ୍ନତି , ପାଦୌନ୍ୟତି , ସନ୍ତାନଙ୍କର ସରକାରୀ ଚାକିରୀରେ ଉନ୍ନତି ବା ଯୋଗଦାନ ,ଚାକିରୀରେ ସ୍ଥାନାନ୍ତରଣ ଯୋଗ ରହିଛି | ସବୁଦୃଷ୍ଟିରୁଦେଖିଲେ ଏବର୍ଷ ଆପଣଙ୍କ ପାଇଁ ସମୟ ଅନୂକୁଳ ରହିଛି |ଏ ବର୍ଷ ଆପଣଙ୍କର ଏବଂ ଆପଣଙ୍କ ପରିବାର ମଙ୍ଗଳ ହେଉ ମୋର ଜଗନ୍ନାଥ ନିକଟରେ ଏତିକି ପାର୍ଥନା |

ପ୍ରତିକାର :-

              ବର୍ଷର ପ୍ରତ୍ୟେକ ରବିବାର ଗୁଡିକରେ ସୂର୍ଯ୍ୟଙ୍କୁ ଜଳାର୍ଘ୍ୟ କରନ୍ତୁ | ନିଜ ଶକ୍ତି ସାମର୍ଥ୍ୟ ଅନୁସାରେ ହସ୍ପିଟାଲରେ କୌଣସି ରୋଗୀ ବା ଗରିବଙ୍କୁ କିଛି ଫଳ ବା ମିଷ୍ଟର୍ନ ପ୍ରଦାନ କରନ୍ତୁ | ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ |