Mina Rashifal

ମୀନ ରାଶି

        ଗ୍ରହସ୍ଥିତି :-

                                        ବର୍ଷ ଆରମ୍ଭରେ ଶନି ୨୮ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ମକର ରାଶିରେ ବା ସ୍ଵଗୃହେ ହୋଇରହିବେ | ୨୯ ଏପ୍ରିଲରେ ଶନି ତାଙ୍କର ପ୍ରିୟ ରାଶି କୁମ୍ଭରାଶିକୁ ଚଳି ସ୍ବଗୃହ ହେବେ | ଯାହା ଫଳରେ କି ଶନି ଅଧିକ ପ୍ରଶସ୍ଥ ହୋଇ ଅଧିକ ଶୁଭ ଫଳ ପ୍ରଦାନ କରିବେ | ଶନି କୁମ୍ଭରାଶିକୁ ଚାଲିବ ବେଳେ ପ୍ରଥମେ ରହିବେ ଶ୍ରବଣା ନକ୍ଷତ୍ରରେ ୧ ଜାନୁଆରୀ ୨୦୨୨ ରୁ  ୧୮ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ | ଏବଂ ୧୮ ଫେବୃଆରୀ ୨୦୨୨ ରୁ ୩୧ ଡ଼ିସେମ୍ବର ୨୦୨୨ ପର୍ଯ୍ୟନ୍ତ ଧନିଷ୍ଠା ନକ୍ଷତ୍ରରେ ଅବସ୍ଥାନ କରିବେ | ଶନି ଉଭୟ ଚନ୍ଦ୍ର , ମଙ୍ଗଳ ରେ ରହିବେ  ଯାହାକି ଚନ୍ଦ୍ରଙ୍କ ଶ୍ରବଣା ନକ୍ଷତ୍ରରେ ଅଳ୍ପଦିନ ଏବଂ ମଙ୍ଗଳଙ୍କର ଧନିଷ୍ଠା ନକ୍ଷତ୍ରରେ ବର୍ଷ ଶେଷ ପର୍ଯ୍ୟନ୍ତ ରହିବେ | ଦେବଗୁରୁ ବୃହସ୍ପତି କୁମ୍ଭରାଶିରେ ୧୨ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ରହି ୧୩ ଏପ୍ରିଲରେ ସ୍ବଗୃହ ବା ମୀନରାଶିକୁ  ଚଳନ ହୋଇ ବର୍ଷ ସାରା ମୀନ ରାଶିରେ ରହିବେ | ବର୍ଷ ଆରମ୍ଭରୁ ରାହୁ ଵୃଷରାଶିରେ ଏବଂ କେତୁ ବିଛାରାଶିରେ ୧୨ ଏପ୍ରିଲ ପର୍ଯ୍ୟନ୍ତ ରହି ୧୩ ଏପ୍ରିଲ ୨୦୨୨ରେ ରାହୁ ବକ୍ରକାର ହୋଇ ମେଷ ରାଶିକୁ ଏବଂ କେତୁ ତୁଳା ରାଶିକୁ ଚାଳନା ହେବେ |  

ବାର୍ଷିକ ଶୁଭାଶୁଭ ଫଳ :-

                          ଏ ବର୍ଷ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭପ୍ରଦ | ମୀନ ରାଶିର ରାଶ୍ୟାଧିପତି ବୃହସ୍ପତି | ୨୦୨୧ ମସିହାରେ ଘଟିଥିବା ସମସ୍ତ ସମସ୍ୟା ସମାଧାନ ୨୦୨୨ ମସିହାରେ ପୂରଣ ହେବ | ମାର୍ଚ୍ଚରେ ମାସ ଶେଷରୁ ବା ଏପ୍ରିଲ ଆରମ୍ଭରୁ ଅକଟୋବର ମଧ୍ୟରେ ଆପଣଙ୍କର କର୍ମରେ ପରିବର୍ତ୍ତନ ହେବା ସହ ପ୍ରମୋସନ ଆପଣ ସୁନିଶ୍ଚିନ୍ତ ହେବ | କର୍ମରେ ଅଟକି ଥିବା ବାକିଆ ଟଙ୍କା ଆପଣ ଫେରସ୍ଥ  ପାଇବେ  | ବ୍ୟବସାୟରେ ଉନ୍ନତି କରିବେ | ବିଶେଷକରି ଫେବୃଆରୀରୁ ମାର୍ଚ୍ଚ ଶେଷରେ ମଧ୍ୟରେ ଆପଣ କିଛି ନୂତନତା ଆଣିପାରନ୍ତି | କିମ୍ବା ଅଗଷ୍ଟ ଶେଷରୁ ଅକ୍ଟୋବର ମଧ୍ୟରେ କିଛି ନୂତନତା କରିପାରନ୍ତି |

୨୦୨୨ ମସିହା ଆପଣଙ୍କ ବ୍ୟବସାୟକୁ ପ୍ରସାରିତ କରିବାରେ ବିଶେଷ ସହାୟକ ହେବ ୨୦୨୨ | କର୍ମରେ ଉନ୍ନତି ,ବ୍ୟବସାୟରେ ମଧ୍ୟ ଉନ୍ନତି ରହିଛି | କିଛି ମାଙ୍ଗଳିକ କାର୍ଯ୍ୟ ଅଟକି ରହିଥିଲେ ଯଥା ନୂତନ ଭୂମି , ଜମି ସୁନିଶ୍ଚିତ କ୍ରୟ କରିବେ |ଏପ୍ରିଲ ୨୯ ତାରିଖ ପରଠାରୁ ବା ମେ ମାସ ପରଠାରୁ ନଭେମ୍ବର ମଧ୍ୟରେ ସବୁଥିରେ ଶୁଭଫଳ ପାଇବେ | ଶିକ୍ଷା , ବ୍ୟାଙ୍କିଙ୍ଗ , ଫାଇନାନ୍ସ ,ଇନ୍ସୁରାନ୍ସ ,ଆଇ .ଟି ,ସଫ୍ଟୱେର ,ପ୍ରଶାସନିକ ବିଭାଗରେ  ସୁନିଶ୍ଚିନ୍ତ ପ୍ରାପ୍ତି କରିବେ |ସକାରୀ କର୍ମ ବା ବେଶରକାରୀ କର୍ମର ଯୋଗ ରହିଛି | ରେଲୱେ ବିଭାଗରେ ଆବେଦନ କରିଥିବା ବିଦ୍ୟାର୍ଥୀ ମଧ୍ୟ ନିଯୁକ୍ତିର ଯୋଗ ରହିଛି |ଏ ସବୁ ଶୁଭ କାର୍ଯ୍ୟ ଜୁନ ଜୁଲାଇ ପରେ ହୋଇପାରିବ | ଏ ବର୍ଷ ଆପଣଙ୍କର ଏବଂ ଆପଣଙ୍କ ପରିବାର ମଙ୍ଗଳ ହେଉ ମୋର ଜଗନ୍ନାଥ ନିକଟରେ ଏତିକି ପାର୍ଥନା |

ପ୍ରତିକାର :-

          ହଳଦୀ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ | କିମ୍ବା ହଳଦୀ ରଙ୍ଗର ରୁମାଲ ପାଖରେ ରଖନ୍ତୁ | ପ୍ରତ୍ୟେକ  ଦିନ କଦଳୀ ଗଛର ମୂଳରେ ହଳଦୀ ପାଣି ଦିଅନ୍ତୁ | ପ୍ରତ୍ୟେକ ଗୁରୁବାର ଦିନମାନଙ୍କରେ ଗୋମାତାଙ୍କୁ ବୁଟଡାଲି , ପାଚିଲା କଦଳୀ ,ଗୁଡ ଖାଇବାକୁ ଦିଅନ୍ତୁ ଯାହାବି କିଛି ସମସ୍ୟା ଥିବା ଦୂର ହୋଇଯିବ |