Kumbha Rashifal

କୁମ୍ଭରାଶି

    ଗ୍ରହସ୍ଥିତି :-

                    ବର୍ଷ ଆରମ୍ଭରେ ଶନି ୨୮ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ମକର ରାଶିରେ ବା ସ୍ଵଗୃହେ ହୋଇରହିବେ | ୨୯ ଏପ୍ରିଲରେ ଶନି ତାଙ୍କର ପ୍ରିୟ ରାଶି କୁମ୍ଭରାଶିକୁ ଚଳି ସ୍ବଗୃହ ହେବେ | ଯାହା ଫଳରେ କି ଶନି ଅଧିକ ପ୍ରଶସ୍ଥ ହୋଇ ଅଧିକ ଶୁଭ ଫଳ ପ୍ରଦାନ କରିବେ | ଶନି କୁମ୍ଭରାଶିକୁ ଚାଲିବ ବେଳେ ପ୍ରଥମେ ରହିବେ ଶ୍ରବଣା ନକ୍ଷତ୍ରରେ ୧ ଜାନୁଆରୀ ୨୦୨୨ ରୁ  ୧୮ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ | ଏବଂ ୧୮ ଫେବୃଆରୀ ୨୦୨୨ ରୁ ୩୧ ଡ଼ିସେମ୍ବର ୨୦୨୨ ପର୍ଯ୍ୟନ୍ତ ଧନିଷ୍ଠା ନକ୍ଷତ୍ରରେ ଅବସ୍ଥାନ କରିବେ | ଶନି ଉଭୟ ଚନ୍ଦ୍ର , ମଙ୍ଗଳ ରେ ରହିବେ  ଯାହାକି ଚନ୍ଦ୍ରଙ୍କ ଶ୍ରବଣା ନକ୍ଷତ୍ରରେ ଅଳ୍ପଦିନ ଏବଂ ମଙ୍ଗଳଙ୍କର ଧନିଷ୍ଠା ନକ୍ଷତ୍ରରେ ବର୍ଷ ଶେଷ ପର୍ଯ୍ୟନ୍ତ ରହିବେ | ଦେବଗୁରୁ ବୃହସ୍ପତି କୁମ୍ଭରାଶିରେ ୧୨ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ରହି ୧୩ ଏପ୍ରିଲରେ ସ୍ବଗୃହ ବା ମୀନରାଶିକୁ  ଚଳନ ହୋଇ ବର୍ଷ ସାରା ମୀନ ରାଶିରେ ରହିବେ | ବର୍ଷ ଆରମ୍ଭରୁ ରାହୁ ଵୃଷରାଶିରେ ଏବଂ କେତୁ ବିଛାରାଶିରେ ୧୨ ଏପ୍ରିଲ ପର୍ଯ୍ୟନ୍ତ ରହି ୧୩ ଏପ୍ରିଲ ୨୦୨୨ରେ ରାହୁ ବକ୍ରକାର ହୋଇ ମେଷ ରାଶିକୁ ଏବଂ କେତୁ ତୁଳା ରାଶିକୁ ଚାଳନା ହେବେ |

   ବାର୍ଷିକ ଶୁଭାଶୁଭ ଫଳ :- 

                                ୨୦୨୨ ଆପଣଙ୍କ ପାଇଁ ଶୁଭାଶୁଭ  ମିଶ୍ରିତ  ଫଳଦାୟକ ହେବ | କୁମ୍ଭରାଶିର ରାଶ୍ୟାଧିପତି ଶନି |୨୦୨୧ ମସିହାରେ ସନ୍ତାନ ହେତୁକ କଷ୍ଟ ରହିଥିଲା | ୨୦୨୨ ରେ ମଧ୍ୟ ସନ୍ତାନହେତୁକ କଷ୍ଟ ବା ଜ୍ୟେଷ୍ଠ ସନ୍ତାନ ହେତୁକ କଷ୍ଟ ଆସିପାରେ | ସନ୍ତାନଙ୍କର କାର୍ଯ୍ୟକଳାପକୁ ନେଇ ଚିନ୍ତିତ ହୋଇପାରନ୍ତି | ସନ୍ତାନ ଦୁଷ୍ଟ ହେବ , ପାଠନପଢିବା , ସନ୍ତାନର ଛୋଟମୋଟ ଯାନବାହାନ ଦୁର୍ଘଟଣା ,ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ   ହୋଇପାରନ୍ତି | ଦାମ୍ପତ୍ୟ ବା ପରିବାହିକା ଜୀବନରେ କିଛିଟା ସମସ୍ୟା ହେଇପାରେ | ଏପ୍ରିଲରୁ ଜୁଲାଇ ମଧ୍ୟରେ କିମ୍ବା ନଭେମ୍ବର , ଡ଼ିସେମ୍ବର ଆପଣଙ୍କର କିମ୍ବା ଗୃହରେ ବିବାହ ବ୍ରତ ଆଦି ମାଙ୍ଗଳିକ କାର୍ଯ୍ୟ ହେବ | ଜମି କିମ୍ବା ଯାନବାହାନ କ୍ରୟକରିପାରନ୍ତି | ନୂତନଗାଡି ବା ଯାନବାହାନ ଆଣିବାରେ ଯଥେଷ୍ଟ ସମ୍ଭାବନା ରହିଛି | ଭୂମି କ୍ରୟ କରିବାର ସୁଯୋଗ ରହିଛି |

ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ଜଗିରଖିକି ଚଳନ୍ତୁ | ଅଧିକ ଅର୍ଥ ବିନିଯୋଗ କରନ୍ତୁ ନାହିଁ | ଭାବିଚିନ୍ତି ସଠିକ ନିର୍ଣ୍ଣୟ କରନ୍ତୁ | ବ୍ୟବସାୟୀମାନେ କେତେକାଅଂଶରେ  ଅସୁବିଧାରେ ପଡିପାରନ୍ତି | ବ୍ୟବସାୟୀମାନେ ଅଧିକରୁ ଅଧିକ ଅର୍ଥ ବିନିଯୋଗ କରନ୍ତୁ ନାହିଁ | ଯଦି ଆପଣ ଏପ୍ରିଲ କିମ୍ବା ଜୁଲାଇରେ କିଛି ନୂଆ ବ୍ୟବସାୟ ଆରମ୍ଭ କଲେ ଏହା ଆପଣଙ୍କ ପାଇଁ ଭଲ ହୋଇବ | ଯଦି ଆପଣ ହୋଟେଲ ,ଯନ୍ତ୍ରାଂଶ ,ଠିକାଦାରୀ ,କଂଟ୍ରାକ୍ଟରୀ ମଧ୍ୟ ଲାଭବାନ ହେବେ | ମହିଳାଙ୍କର ସ୍ବସ୍ଥାଗତ ସମସ୍ୟା ଦେଖାଦେଇପାରେ | ବିଶେଷ କରି ଆଂଠୁଗଣ୍ଠି ସମସ୍ୟା , ଗ୍ୟାଷ୍ଟିକ କିମ୍ବା ଅଂତରାଶୟରେ ସମସ୍ୟା  ଦେଖାଦେଇପାରେ ସେଥି ପାଇଁ ଖାଦ୍ୟପେୟ ନିୟମିତତା ଥିବାରୁ ଜଗିରଖି ସତର୍କତା ଭାବେ ଚଲନ୍ତୁ | ଜୁଲାଇ ଡ଼ିସେମ୍ବର ମଧ୍ୟରେ ଦୂରଯାତ୍ରା କରିପାରନ୍ତି | ଏ ବର୍ଷ ଆପଣଙ୍କର ଏବଂ ଆପଣଙ୍କ ପରିବାର ମଙ୍ଗଳ ହେଉ ମୋର ଜଗନ୍ନାଥ ନିକଟରେ ଏତିକି ପାର୍ଥନା |

ପ୍ରତିକାର :-

            ପ୍ରତ୍ୟେକ ମଙ୍ଗଳବାର ଶନିବାର ଦିନଗୁଡ଼ିକରେ ହନୁମାନ ଚାଳିଶ ପାଠ କରନ୍ତୁ | ଏବଂ କୌଣସି ଛୋଟ ,ବିକଳାଙ୍ଗ ,ବୃଦ୍ଧ ବା ଶାରୀରିକ ବ୍ୟାଧୀ ସମ୍ପର୍ଣ ଲୋକମାନଙ୍କୁ ପ୍ରତ୍ୟେକ ଶନିବାର ଦିନଗୁଡ଼ିକରେକିଛି ଅର୍ଥ dana କିମ୍ବା ଶୀତଦିନ ପାଇଁ କଳା ରଙ୍ଗର କମ୍ବଳ କିମ୍ବା କଳା ରଙ୍ଗର ବେଡ଼ସୀଟି ପ୍ରଦାନ କରନ୍ତୁ ଯାହାବି ବାଧାବିଘ୍ନ ଥିବା ଦୂର ହୋଇଯିବ |