Kanya Rashifal

କନ୍ୟାରାଶି

  ଗ୍ରହସ୍ଥିତି :-

             ରାଶି ଚକ୍ରର ଷଷ୍ଠରାଶି କନ୍ୟାରାଶି | କନ୍ୟାରାଶିର ରାଶ୍ୟାଧିପତି ବୁଧ | ଧନୁରେ ରବି ,ଶୁକ୍ର | ବିଛାରେ ଚନ୍ଦ୍ର ,ମଙ୍ଗଳ ,କେତୁ ,ମକରରେ ଶନି ,ବୁଧ ,କୁମ୍ଭରେ ଗୁରୁ , ଵୃଷରେ ରାହୁ | ୧୩ ଏପ୍ରିଲରେ ମୀନରାଶିକୁ ବୃହସ୍ପତି ଗମନ କରି ବର୍ଷ ଶେଷ ପର୍ଯ୍ୟନ୍ତ ମୀନରାଶିରେ ରହିବେ  | ୨୯ ଏପ୍ରିଲରେ ଗ୍ରହରାଜ ଶନିଶ୍ଚର କୁମ୍ଭରାଶିକୁ ଗୋଚର ହେବେ | ଜୁଲାଇ ୧୨ରେ ପୁନରାୟ ମକର ରାଶିକୁ ବା ସ୍ଵରାଶିକୁ ବକ୍ର ହୋଇ ବର୍ଷ ଶେଷ ପର୍ଯ୍ୟନ୍ତ  ଅବସ୍ଥାନ କରିବେ | ମାର୍ଚ୍ଚ ୧୭ ତାରିଖରେ ମେଷ ରାଶିକୁ ରାହୁ,ତୁଳା ରାଶିକୁ କେତୁ ବକ୍ର ହୋଇ ବର୍ଷ ଶେଷ ପର୍ଯ୍ୟନ୍ତ ଅବସ୍ଥାନ କରିବେ |

       ବାର୍ଷିକ ଶୁଭାଶୁଭ ଫଳ :-

                                         ୨୦୨୨ ଆପଣଙ୍କ ପାଇଁ ଶୁଭାଶୁଭ  ମିଶ୍ରିତ  ଫଳଦାୟକ ହେବ | ସ୍ୱାସ୍ଥ୍ୟରେ ଉନ୍ନତି ହେବ | ସମସ୍ତ ବ୍ୟବସାୟ କ୍ଷେତ୍ରରେ ଶୁଭଫଳ ମିଳିବ | ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ |  ଆର୍ଥିକ ସମସ୍ୟାରେ ଉନ୍ନତି ହେବ | ଅଯଥା ଖର୍ଚ୍ଚ ଠାରୁ ଦୁରେଇ ରୁହନ୍ତୁ | ପ୍ରେମ ସମ୍ପର୍କରେ ସମସ୍ୟା ଦେଖାଦେଇପରେ  | ଜାନୁଆରୀଠାରୁ ଏପ୍ରିଲ ପର୍ଯ୍ୟନ୍ତ କଠିନ ପରିଶ୍ରମ କରିବାକୁ ପଡିବ | କର୍ମରେ ସୁଯୋଗ ପାଇଲେ ମଧ୍ୟ ସଦବ୍ୟବହାର କରିପାରିବେ ନାହିଁ ବା କରିବା କଷ୍ଟକର ହୋଇପଡିବ | କିନ୍ତୁ ଏପ୍ରିଲ ମାସ ପରେ ସମସ୍ତ କ୍ଷେତ୍ରରେ ଶୁଭଫଳ ମିଳିବ |ମାନସିକ ଏକାଗ୍ରତା ବଜାଇରହିବ | ପରିବାର ଗୁରୁତ୍ୱପୁର୍ଣ ନିଷ୍ପତି ନେଇ ସଫଳ ହେବେ |ଗୃହାରମ୍ଭ,ଦୂରଯାତ୍ରା ନୂତନ ବ୍ୟବସାୟ ଆରମ୍ଭ କରିପାରିବେ | ଘରର ବା ଯାନବାହନର କିଛି ନୂଆରୂପ ଦେବେ | ପତିପତ୍ନୀଙ୍କ ମଧ୍ୟରେ ବୁଝାବଣା ଠିକ ରହିବ | ପରିବାରରେ ଖୁସି ଲାଗିରହିବ |

ପ୍ରେମିକପ୍ରେମୀକାମାନେ ଦୂରଯାତ୍ରା କରିପାରନ୍ତି | ପାରିବାରିକ ଜୀବନରେ ବିବାହ ବ୍ରତ ଆଦି ମାଙ୍ଗଳିକ କାର୍ଯ୍ୟ ହେବ |ଛାତ୍ରଛାତ୍ରୀମାନେ ପଢାପଢିରେ ମନୋଯୋଗ ଦେଇ ଉଚ୍ଚଶିକ୍ଷିତ ଲାଭକରିବେ  | ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ | ପରୀକ୍ଷା ପରିଣାମ ଅନୂକୁଳ ରହିବ | ପ୍ରତିଦ୍ବନ୍ଦିତାରେ ବିଜୟୀ ହେବା ସହିତ ସାନମାନିତା ହେବେ | ଶରୀର ସୁସ୍ଥ ରହିବ | ଆର୍ଥିକ ସ୍ଥିତି ଭଲ ରହିବ | ଗୁରୁ ସପ୍ତମ ଭାବରେ ଏବଂ ଶନି ଷଷ୍ଠ  ଭାବରେ ରହିବ ଫଳରେ ରାଜଯୋଗ ସୃଷ୍ଟି ହଉଚି ଯାହାକି ରାଜାଙ୍କ ଭଳି ଯୋଗ ଭୋଗ କରିବେ | ରାଜନୀତିରେ ମିତ୍ରଙ୍କ ସହଯୋଗ ପାଇବେ | ମାନସିକ ଶାନ୍ତି ଅନୁଭବ କରିବେ | ଉଞ୍ଚ କର୍ମକର୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଯୋଗେ ନାନାବିଧ ସୁବିଧା ସୁଯୋଗ ପ୍ରାପ୍ତି ହେବା ରାଜନୀତିକ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମ୍ପର୍କ ପାଇଁ ନିର୍ବାଚନ କ୍ଷେତ୍ରରେ ମଧ୍ୟ  ସଫଳ ହେବେ | କଳା,ସାହିତ୍ୟ ,ସଂଗୀତ କ୍ଷେତ୍ରରେ ଶୁଭଫଳ ପାଇବେ | କ୍ରୀଡା ,ପ୍ରତିଯୋଗିତା ,ବାଦବିବାଦ, ମାଲିମକନ୍ଦମା,ପ୍ରତିଦ୍ବନ୍ଦିତା , ସାକ୍ଷାତକାରରେ ବିଶେଷ କୃତକାର୍ଯ୍ୟ ହେବେ | ସରକାରୀ କାର୍ଯ୍ୟରେ ମଧ୍ୟ ସଫଳତା ପ୍ରାପ୍ତି ହେବେ| କର୍ମ କ୍ଷେତ୍ରରେ ସୁଯୋଗ ହାତ ଛାଡ ହେବାର ନାହିଁ |ଉଞ୍ଚଅଧିକାରୀଙ୍କ ସହ ସୁସମ୍ପର୍କ ଫଳରେ ଭାଗ୍ୟ ଉନ୍ନତି ଯଶ ଲାଭ ପ୍ରତିଷ୍ଠା  ଲାଭର ଯୋଗ ରହିଛି | କର୍ମ କ୍ଷେତ୍ରରେ ଦାୟିତ୍ୱ ବଢିବା ସହ ମିତ୍ରମାନଙ୍କ ଦ୍ୱାରା ଲାଭ ମିଳିବ | ନିଯଲକ ମାନେ ବିଶେଷ କାମରେ ଆସିବେ | କର୍ମରେ ଉନ୍ନତି ସହିତ ଯଶମାନକୁ ଅଧିକ ମହତ୍ୱ ଦେଇ ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ |

ନୂତନ ବ୍ୟବସାୟ ଆରମ୍ଭ କଲେ ତାହା ଚିରସ୍ଥାୟୀ ହେବା ସହିତ ବହୁବିଧ ଲାଭ ମିଳିବ | ଭାଗିଦାରୀ ବ୍ୟବସାୟଙ୍କ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିଯିବ |ସବୁଦିଗରୁ ଦେଖିଲେ ଆପଣଙ୍କର ଏବର୍ଷ ବହୁତ ଆନନ୍ଦରେ କଟେଇଦେଇପାରିବେ |ଏ ବର୍ଷ ଆପଣଙ୍କର ଏବଂ ଆପଣଙ୍କ ପରିବାର ମଙ୍ଗଳ ହେଉ ମୋର ଜଗତର ନାଥ ଜଗନ୍ନାଥ ନିକଟରେ ଏତିକି ପାର୍ଥନା | ଏ ବର୍ଷ ଆପଣଙ୍କର ଏବଂ ଆପଣଙ୍କ ପରିବାର ମଙ୍ଗଳ ହେଉ ମୋର ଜଗନ୍ନାଥ ନିକଟରେ ଏତିକି ପାର୍ଥନା |

ପ୍ରତିକାର :-

              ବର୍ଷର ପ୍ରତ୍ୟେକ ଦିନ ଆପଣ ଭଗବତୀ ମା ଦୁର୍ଗାଙ୍କୁ ଦର୍ଶନ କରନ୍ତୁ | ମା ଦୁର୍ଗାଙ୍କର ସପ୍ତସତୀ ପାଠ କରିପାରିବେ | ଦୁର୍ଗା ଚାଳିଶ ପାଠ କରନ୍ତୁ | ପ୍ରତ୍ୟେକ ବୁଧବାର ଆପଣ ସ୍ନାନ କରି ତୁଳସୀ ବୃକ୍ଷ ମୂଳରେ ଜଳ ଦେଇ ତୁଳସୀ ମାଟି ଟିକେ କପାଳରେ ଲଗାନ୍ତୁ ଏବଂ ଦୁଇଟି ତୁଳସୀ ପତ୍ର ପାନ କରନ୍ତୁ | ଆପଣଙ୍କର ସବୁ ବାଧାବିଘ୍ନ ଦୂର ହେବ |