Brusha Rashifal

ବୃଷ ରାଶି

ଗ୍ରହସ୍ଥିତି:- 

         ରାଶି ଚକ୍ରର ଦ୍ଵିତୀୟ  ରାଶି ବୃଷ  ରାଶି | ରାହୁ ୨ ଏପ୍ରିଲ  ପର୍ଯ୍ୟନ୍ତ ଆପଣଙ୍କ ରାଶିରେ ଉଞ୍ଚ ହୋଇକି ରହିବେ | ଏପ୍ରିଲ ମାସଟି ଆପଣଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ ଅଟେ | କାରଣ ୧୨ ଏପ୍ରିଲ ପର୍ଯ୍ୟନ୍ତ ରାହୁ ଆପଣଙ୍କ  ରାଶିରେ ରହି ୧୩ ଏପ୍ରିଲ ପରେ ରାହୁ ମେଷକୁ ଵିଲୋମ ଗତି କରିବେ |ବର୍ତ୍ତମାନ କେତୁ ଅଛନ୍ତି ସପ୍ତମରେ | ୧୩ ଏପ୍ରିଲ ପରେ କେତୁ ତୁଳାକୁ ଯିବେ | ବୃହସ୍ପତି ୧୨ ଏପ୍ରିଲ ପର୍ଯ୍ୟନ୍ତ କୁମ୍ଭରେ ରହିବେ ଏବଂ ୧୩ ଏପ୍ରିଲ ମୀନକୁ ଚଳିବେ | ଶନି ମଧ୍ୟ ଗୋଚରରେ ରହି ରାଶି ଠାରୁ ଭାଗ୍ୟ ସ୍ଥାନରେ ଅଛନ୍ତି ଏବଂ ୨୪ ଏପ୍ରିଲରେ କର୍ମ ସ୍ଥାନକୁ ଯିବେ |

ବାର୍ଷିକ ଶୁଭାଶୁଭ ଫଳ :-

               ଏ ବର୍ଷ ଆପଣଙ୍କ ପାଇଁ ଅନୂକୁଳ ରହିବ | ୨୦୨୨ ମସିହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ | ସ୍ୱାସ୍ଥ୍ୟ ଅନୂକୁଳ ରହିବ | ବହୁଦିନ ପର୍ଯ୍ୟନ୍ତ ପୀଡିତ ଥିବା ରୋଗରୁ ଉପଶମ ପାଇବେ | ୨୦୨୨  ମସିହାରେ ବୃଷ ରାଶିର ମହିଳା ବା ପୁରୁଷ ମାନଙ୍କର ମେଦବହୁଳତା ବା ମୋଟାପନ ବଢିପରେ | ବାଣିଜ୍ୟରେ ଲାଭବାନ ହେବେ | ଯେହେତୁ ଆପଣଙ୍କ ରାଶିରେ ଭାଗ୍ୟ ସ୍ଥାନରେ ବା ନବମ ସ୍ଥାନରେ ଶନିଙ୍କର ସ୍ଥିତି ରହିଛି ଏବଂ ଆପଣଙ୍କର ଲାଭସ୍ଥାନ ବା ଆୟସ୍ଥାନ ପ୍ରତି ବର୍ତ୍ତମାନ ଶନିଙ୍କର ଦୃଷ୍ଟି ରହିଛି | ରୋଗ , ଋଣ , ଶତ୍ରୁ ସ୍ଥାନକୁ ଶନିଙ୍କର ଦଶମ ଦୃଷ୍ଟି ରହିଛି | ୨୯ ଏପ୍ରିଲରେ ଶନି ଯିବେ କୁମ୍ଭକୁ ସେତେବେଳେ ବ୍ୟୟ ସ୍ଥାନ ପ୍ରତି ଶନିଙ୍କର ଦୃଷ୍ଟି ଅର୍ଥାତ ଦ୍ୱାଦଶ ଭାବ ପ୍ରତି ଏବଂ ଚତୃର୍ଥସ୍ଥାନ ପ୍ରତି ଶନିଙ୍କର ଦୃଷ୍ଟିରହିବ | ତେଣୁ ଜମି ,ଭୂମି ,ଯାନବାହାନ ହେତୁକ ସୁଖ ସୁବିଧା  ପାଇପାରିବେ | ଏ ସବୁ ଆପଣ ଏପ୍ରିଲ ୨୯ ପରେ ବା ମେ ମାସ ପରେ ନିଶ୍ଚିନ୍ତ ପାଇଁ ପାରିବେ | ଜାନୁଆରୀରୁ ସେପ୍ଟେମ୍ବର ବା ୧୨ ମାସରୁ ୯ ମାସ ଅପ୍ପନଙ୍କ ପାଇଁ ସମୟ ଅନୂକୁଳ ରହିବ |ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ନୂତନ ଚାକିରୀ ,ସରକାରୀ ଚାକିରୀ ,ବେଶରକାରୀ ରେ ମଧ୍ୟ ଚାକିରୀ ପାଇଁ ପାରନ୍ତି |

ଶନିଙ୍କର ଦୃଷ୍ଟି ଥିବା ହେତୁ କଳା,ସାହିତ୍ୟ ,ନୃତ୍ୟ ,ସଂଗୀତ ,ଅଭିନୟକ୍ଷେତ୍ରରେ ମଧ୍ୟ ପାରଦର୍ଶିତା ଲାଭ କରିବେ | କିଛି ଆୱାର୍ଡ ଯେମିତି ଜାତୀୟ କିମ୍ବା ଆନ୍ତର୍ଜାତୀୟ ପୁରସ୍କାର ପାଇଁ ପାରନ୍ତି | ମାଲିମକନ୍ଦମା ହେତୁକ ସମସ୍ୟା ଦୂର ହେବ | ଦେଖିବାକୁ ଗଲେ ଆପଣଙ୍କୁ ୩ ମାସ ଅକ୍ଟାବର ,ନଭେମ୍ବର ,ଡିସେମ୍ବର ଆପଣଙ୍କୁ ଜଗି ରଖିଚାଲିବାକୁ ହେବ | ସନ୍ତାନ ସୁଖ ,ସନ୍ତାନଙ୍କର କୃତକାର୍ଯ୍ୟରେ ଖୁସି ହେବେ | ଦାମ୍ପତ୍ୟ ଜୀବନେ କିଛି ସମସ୍ୟା ଦେଖା ଦେଇ ପରେ | ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନା ହେବ |ଏପ୍ରିଲ ୧୫ ରୁ ଜୁଲାଇ ମଧ୍ୟରେ କିମ୍ବା ନଭେମ୍ବର ,ଡିସେମ୍ବର ମାସରେ ଆପଣଙ୍କୁ ଶୁଭ ଫଳ ମିଳିବ | ଏପ୍ରିଲ,ମେ,ଜୁନ ରେ ଦୂର ଯାତ୍ରା ବା ବିଦେଶ ଯାତ୍ରା କରିବାର ସମ୍ଭାବନା ଅଛି |ଆପଣଙ୍କ ପାଇଁ ସମୟ ଭଲ ହେବ | ଏ ବର୍ଷ ଆପଣଙ୍କର ଏବଂ ଆପଣଙ୍କ ପରିବାର ମଙ୍ଗଳ ହେଉ ମୋର ଜଗନ୍ନାଥ ନିକଟରେ ଏତିକି ପାର୍ଥନା |

ପ୍ରତିକାର :-

              ପ୍ରତ୍ୟେକ ଗୁରୁବାର ଦିନ କଳା କୁକୁରକୁ ଆପଣ ସୋରିଷ ତେଲରେ ରୋଟୀ ବା ପରଠା କରିକି ଖାଇବାକୁ ଦିଅନ୍ତୁ | କିମ୍ଭା ଆପଣଙ୍କ ରାଶିର ଇଷ୍ଟ ଦେବୀ ମା ଲକ୍ଷ୍ମୀଙ୍କର ଗାୟତ୍ରୀ ମନ୍ତ୍ର କୁ ଜପ କରନ୍ତୁ” ଓମ ମହାଲକ୍ଷ୍ମୀ ଦେଵୈଚ ଵିଦମହେ

                                                                                                        ବିଷ୍ଣୁ ପତନାୟ ଧୀମହୀ

                                                                                                         ତନଲକ୍ଷ୍ମୀ ପ୍ରଚୋଦୟାତ “,|