Bichha Rashifal

ବିଛାରାଶି

  ଗ୍ରହସ୍ଥିତି :-

              ରାଶି ଚକ୍ରର ଅଷ୍ଟମରାଶି ବିଛାରାଶି | ବିଛାରାଶିର ରାଶ୍ୟାଧିପତି ମଙ୍ଗଳ | | ଧନୁରେ ରବି ,ଶୁକ୍ର ,ବିଛାରେ ,ଚନ୍ଦ୍ର ,ମଙ୍ଗଳ, କେତୁ ,ମକରରେ ଶନି ,ବୁଧ କୁମ୍ଭରେ ବୃହସ୍ପତି , ଵୃଷରେ ରାହୁକୁ ନେଇ ବର୍ଷଟି ଆରମ୍ଭ | ୧୩ ଏପ୍ରିଲରେ ବୃହସ୍ପତି ମୀନରାଶିକୁ ଗମନ କରି ବର୍ଷ ଶେଷ ପର୍ଯ୍ୟନ୍ତ ମୀନରାଶିରେ ରହିବେ | ୨୯ ଏପ୍ରିଲରେ ଗ୍ରହରାଜ ଶନି କୁମ୍ଭରାଶିକୁ ଗୋଚର ହୋଇ ପୁନରାୟ ୧୨ ଜୁଲାଇ ମକରରାଶିକୁ ବକ୍ର ଚଳନା କରି ମକରରାଶିରେ ବା ସ୍ଵରାଶିରେ ବର୍ଷ ଶେଷ ପର୍ଯ୍ୟନ୍ତ ରହିବେ |୧୭ ମାର୍ଚ୍ଚରେ ରାହୁ ମେଶରାଶିକୁ  କେତୁ ତୁଳାରାଶିକୁ ବକ୍ରସଂଚାର  ହୋଇ  ବର୍ଷ ଶେଷ ପର୍ଯ୍ୟନ୍ତ ରହିବେ |  

     ବାର୍ଷିକ ଶୁଭାଶୁଭ ଫଳ :-

                                    ଏ ବର୍ଷ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭପ୍ରଦ | ବିଛାରାଶିରେ ବିକ୍ରମ ଭାବରେ ବା ତୃତୀୟ ଭାଗରେ  ଗ୍ରହରାଜ ଶନିଶ୍ଚର ବିରାଜମାନ ହୋଉଥିବାରୁ ଅନେକ କ୍ଷେତ୍ରରେ ଅତ୍ୟନ୍ତ ଶୁଭଫଳ ମିଳିବ ବା ରାଜଯୋଗୀ ସୃଷ୍ଟି ହଉଚି | ଶାରୀରିକ ସମସ୍ୟାରୁ ମୁକ୍ତି ପାଇବା ସହ ମାନସିକ ଶାନ୍ତି ମିଳିବ | ଜୀବନରେ କିଛି ସକାରାତ୍ମକ ଭାବନା ସୃଷ୍ଟି ହେବ |  କ୍ୟାରିୟରରେ ଉତ୍ତମ ଫଳ ପ୍ରାପ୍ତି ହେବ | ବିଦ୍ୟାର୍ଥୀମାନଙ୍କ ଶିକ୍ଷାକ୍ଷେତ୍ରରେ ମଧ୍ୟ ଶୁଭ ପରିଣାମ ମିଳିବ | ବିଭାଗୀୟ ପରୀକ୍ଷା , ପ୍ରତିଯୋଗୀତା ପରୀକ୍ଷାରେ ଅନୂକୁଳ ହେବ | ନୂତନ କର୍ମରେ ନିଯୁକ୍ତି ପାଇଁ ଖୁସି ହେବେ | ବିଦେଶ ଯାତ୍ରା କରିବେ କିନ୍ତୁ ଅଧିକ ପରିଶ୍ରମ କରିବାକୁ ପଡିବ | ଅଧ୍ୟୟନ,ଅଧ୍ୟାପନା ,ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ | ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ବାରମ୍ବାର ଚେଷ୍ଟା କରିବେ | ଯୋଉ କାରଣରୁ ନିଜର ଖର୍ଚ ପ୍ରତି ବିଶେଷ ଧ୍ୟାନ ଦେବେ |

ପ୍ରେମିକପ୍ରେମିକାମାନଙ୍କ ପାଇଁ ପ୍ରେମ ସମ୍ପର୍କରେ ଆଶାତୀତ ଫଳ ପାଇବା ସହ  ପ୍ରେମ ସମ୍ପର୍କ ଅତ୍ୟନ୍ତ ମଜବୁତ ହେବ | ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ଭରପୁର ରହିବ ଏବଂ ଜୀବନ ସାଥୀଙ୍କ ସହ ଭଲରେ ସମୟ କଟେଇପାରିବେ | ପରିବାରର ଗୁରୁଜନଙ୍କ ସହଯୋଗ ପ୍ରାପ୍ତି ହେବ | ପରିବାରର ସଦସ୍ୟଙ୍କୁ ଏକତ୍ରିତ କରିବାରେ ମଧ୍ୟ ସଫଳ ହେବେ | ଗୃହରେ ମାଙ୍ଗଳିକ କାର୍ଯ୍ୟ ହେବ | ଅଧିକ ଧନ ଅର୍ଜନ କରିବେ ପାଇଁ ରାସ୍ତା ଖୋଲି ଯିବ | ଖାଦ୍ୟପେୟ ଓ ଜୀବନ ଶୈଳୀରେ ସାବଧାନତା ଅବଲମ୍ବନ କଲେ ସବୁ ପୁରୁଣା ରୋଗରୁ ମୁକ୍ତି ପାଇବେ | ଏପ୍ରିଲ ମାସ ପରେ ଦେବଗୁରୁ ବୃହସ୍ପତି ସନ୍ତାନ ଭାବରେ ଗତିକରି ଅସୀମ କୃପା ପ୍ରଦାନ କରିବେ | ଯାହା ଫଳରେ ଜାଗା ,ଜମି ,ବାସଗୃହ ,ଯାନବାହାନ କ୍ରୟକରିବାର ସୁବିଧା ପାଇବେ | ବନ୍ଧୁବାନ୍ଧବଙ୍କୁ ଦ୍ୱାରା ସମସ୍ୟାର ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା ମନ ସମ୍ମାନ ବୃଦ୍ଧି ହେବ | ସନ୍ତାନମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉଞ୍ଚଶିକ୍ଷା ବା ଶ୍ରେଷ୍ଠ ସ୍ଥାନ ଲାଭ କରିବେ | ସନ୍ତାନଙ୍କର ଭବିଷ୍ୟକୁ ନେଇ ପୁଞ୍ଜିନିବେଶ କରିବେ |

|ରାଜନୀତି କ୍ଷେତ୍ରରେ କର୍ମକର୍ତ୍ତାଙ୍କର  ସୁଦୃଷ୍ଟି ପ୍ରାପ୍ତି କରିବା ସହ ସହଯୋଗୀମାନେ ପୂର୍ଣ୍ଣ ସହଯୋଗ କରିବେ | ସୁଯୋଗ ହାତ ପାହାନ୍ତାରେ ପାଇଁ ଶତ୍ରୁ ମାନଙ୍କୁ ମୁକାବିଲା କରିପାରିବେ | ରାଜନୀତି କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠ , ଉଦ୍ୟମି , ଦକ୍ଷ , ଜନପ୍ରିୟ ,ସିଦ୍ଧହସ୍ତା ବ୍ୟକ୍ତି ରୂପେ ପ୍ରଶଂସା ପାଇବେ | କଳା ,ସଂଗୀତ ,ସାହିତ୍ୟ କ୍ଷେତ୍ରରେ ଆଶାତୀତ ଫଳ ପାଇପାରିବେ | କ୍ରୀଡା ,ପ୍ରତିଯୋଗିତା ,ବାଦବିବାଦ, ମାଲିମକନ୍ଦମା,ପ୍ରତିଦ୍ବନ୍ଦିତା , ସାକ୍ଷାତକାରରେ ମଧ୍ୟ କୃତକାର୍ଯ୍ୟ ହେବେ | ଗୃହରମ୍ଭ,ନୂତନ ବ୍ୟବସାୟ ,ଦୂରଯାତ୍ରା କରିପାରନ୍ତି | ସାମ୍ବାଦିକମାନେ ନିଜ କାର୍ଯ୍ୟରେ କୃତକାର୍ଯ୍ୟ ହୋଇପାରନ୍ତି | ସାଧାରଣ ଲୋକଙ୍କୁ ସହଯୋଗ କରିବା ଦ୍ୱାରା ସାମାଜିକ ପତିଆରା ଅମଳିନ ରହିବ | ସାମାଜିକ କ୍ଷେତ୍ରରେ ଲୋକ ସମର୍ଥନ ପାଇଁ ସଫଳ ହେବେ|

 କର୍ମରେ ଉନ୍ନତି  ସହିତ ସାମାଜିକ କ୍ଷେତ୍ରରେ ଉତ୍ସାହ ଉଲ୍ଲାସରେ ଜୀବନ ଅତିବାହିତ କରିବେ | କର୍ମକ୍ଷେତ୍ରରେ  ଉଞ୍ଚଅଧିକାରୀ ବରିଷ୍ଠ ବ୍ୟକ୍ତିଙ୍କ ସୁସମ୍ପର୍କ ଫଳରେ ପ୍ରଶଂସା ପାଇବେ | କର୍ମକ୍ଷେତ୍ରରେ ଦାୟିତ୍ୱ ବଢିବା ସହ ମିତ୍ରମାନଙ୍କ ଦ୍ୱାରା ଲାଭ ବା ସହଯୋଗ ମିଳିବ |ଦୂରେଇଯାଇଥିବା ବନ୍ଧୁମାନେ ପୁଣି ନିକଟତର ହେବେ | ଧାର୍ମିକ କାର୍ଯ୍ୟରେ ମନ ବଳେଇବେ | ସରକାରୀ ସାହାଯ୍ୟ ପାଇବା ହାତପାହାନ୍ତାରେ ଆସି ପହଞ୍ଚି ଯିବା | ଇଲୋକ୍ଟ୍ରୋନିକ୍ସ ,ଧାତୁ ବ୍ୟବସାୟ , ଠିକାଦାରୀ , ଔଷଧ ଦୋକାନୀ , ଭୋଜନାଳୟ , କଳକାରଖାନା , ଖଣିଜ ପଦାର୍ଥ , ଗୁଡ , ଲଙ୍କା ମରିଚ , ମସୁରଡାଲି , ଧାନ , ଗହମ ,ବ୍ୟାଙ୍କିଙ୍ଗ ,ଆଇଟି ,ସଫ୍ଟଓୟାର , ମୀଲଟେରୀ, ପୋଲିଶ, ଆଡମିନଷ୍ଟ୍ରେଟ ଇତ୍ୟାଦି  ବ୍ୟବସାୟ କରୁଥିଲେ ବା ଏହି ସଂସ୍ଥାରେ କର୍ମ କରୁଥଲେ ସେମାନଙ୍କୁ ଏପ୍ରିଲଠାରୁ ଅକ୍ଟୋବର ମଧ୍ୟରେ  ଶୁଭ ଫଳ ମିଳିବ | ଏପ୍ରିଲ ମାସ ପରେ ଗ୍ରହରାଜ ଶନିଶ୍ଚର ସୁଖଭାଗରେ ବିରାଜମାନ ହୋଇଥିବାରୁ ଉଦର ରୋଗ , ଵାୟୁଵିକାର ,ଚର୍ମ ରୋଗ , ସ୍ନାୟୁ ଜନିତ  ରୋଗ ଆଦି ଦେଖାଦେଇ ପାରେ |ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ | ଅନାବଶ୍ୟକ ଖର୍ଚ କରିବା ଫଳରେ ମାନସିକ ଦୁଶ୍ଚିନ୍ତା ବଢ଼ିଯାଇପାରେ | ସ୍ଥାନ ପରିବର୍ତନ ହେତୁ ମାନସିକ ସ୍ଥିତି ଭଲ ରହି ନ ପାରେ | ପରିବାର କିମ୍ବା ଆର୍ଥିକ କ୍ଷେତ୍ରରେ  କିଛି ସମସ୍ୟା ଦେଖାଦେଇ ପାରେ | ସବୁ ସମସ୍ୟା ସମାଧାନ ୧୩ ଏପ୍ରିଲ ପରେ ହେବ | ସେଥିପାଇଁ ସତର୍କ ଅବଲମ୍ବନ କରିବା ସହ କିଛି ପ୍ରତିକାର ନିଶ୍ଚୟ କରନ୍ତୁ | ଏ ବର୍ଷ ଆପଣଙ୍କର ଏବଂ ଆପଣଙ୍କ ପରିବାର ମଙ୍ଗଳ ହେଉ ମୋର ଜଗନ୍ନାଥ ନିକଟରେ ଏତିକି ପାର୍ଥନା |

ପ୍ରତିକାର :-

             ବର୍ଷର ପ୍ରତ୍ୟେକ ଦିନ କିମ୍ବା ମଙ୍ଗଳବାରେ ଏବଂ ଶନିବାରେ ଅତିକମରେ ହନୁମାନଙ୍କୁ ଦର୍ଶନ କରନ୍ତୁ | ଏବଂ ହନୁମାନ ଚାଳିଶ ପାଠ କରନ୍ତୁ | ଯାହାବି ଦୁଃଖକଷ୍ଟ ରହିଛି ତାହା ଦୂରୀଭୂତ  ହେବ |