Tula Rashifal

ତୁଳା ରାଶି

  ଗ୍ରହସ୍ଥିତି :-

             ରାଶି ଚକ୍ରର ସପ୍ତମ ରାଶି ତୁଳା ରାଶି |ତୁଳା ରାଶିର ରାଶ୍ୟାଧିପତି ଶୁକ୍ର | ଧନୁରେ ରବି ,ଶୁକ୍ର ,ବିଛାରେ ,ଚନ୍ଦ୍ର ,ମଙ୍ଗଳ, କେତୁ ,ମକରରେ ଶନି ,ବୁଧ ,କିମ୍ଭରେ ବୃହସ୍ପତି , ଵୃଷରେ ରାହୁକୁ ନେଇ ବର୍ଷଟି ଆରମ୍ଭ | ୧୩ ଏପ୍ରିଲରେ ବୃହସ୍ପତି ମୀନରାଶିକୁ ଗମନ କରି ବର୍ଷ ଶେଷ ପର୍ଯ୍ୟନ୍ତ ମୀନରାଶିରେ ରହିବେ | ୨୯ ଏପ୍ରିଲରେ ଗ୍ରହରାଜ ଶନି କୁମ୍ଭରାଶିକୁ ଗୋଚର ହୋଇ ପୁନରାୟ ୧୨ ଜୁଲାଇ ମକରରାଶିକୁ ବକ୍ର ଚଳନା କରି ମକରରାଶିରେ ବା ସ୍ଵରାଶିରେ ବର୍ଷ ଶେଷ ପର୍ଯ୍ୟନ୍ତ ରହିବେ |୧୭ ମାର୍ଚ୍ଚରେ ରାହୁ ମେଶକୁ କେତୁ ତୁଳାରାଶିକୁ ବକ୍ରସଂଚାର  ହୋଇ  ବର୍ଷ ଶେଷ ପର୍ଯ୍ୟନ୍ତ ରହିବେ |  

     ବାର୍ଷିକ ଶୁଭାଶୁଭ ଫଳ :-

                                    ଏ ବର୍ଷ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭପ୍ରଦ |ଆକସ୍ମିକ ଧନଲାଭ ହୋଇ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ ଏବଂ ପୂର୍ବରୁ କରିଥିବା ଋଣରୁ ମୁକ୍ତି ପାଇବେ | ଧନ ସଂଚୟ କରିବା ପାଇଁ ଗୁରୁଜନଙ୍କ ଠାରୁ କିଛି ପରାମର୍ଶ ନିଅନ୍ତୁ | ବୃହସ୍ପତିଙ୍କର ପଞ୍ଚମ ଭାଗେ ଗତି ଯୋଗୁ ଛାତ୍ରଛାତ୍ରୀମାନେ ଉଞ୍ଚଶିକ୍ଷା  କ୍ଷେତ୍ରରେ କମ ସଫଳତା ଅର୍ଜନ କରିବା ସହ ମାନସିକ ସ୍ଥିତି ଭଲ ରହିବ ନାହିଁ  |ଛାତ୍ରଛାତ୍ରୀମାନେ କୌଣସି ଦୁଷ୍ଟ ସାଙ୍ଗମାନଙ୍କ କଥାରେ ପଡିଯାଇ ପାରନ୍ତି |  କୌଣସି ବଦ ଅଭ୍ୟାସ ଯଥା ମଦ ,ନିଶା ଦ୍ରବ୍ୟ କାରବାର ମଧ୍ୟ କରିପାରନ୍ତି |ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରନ୍ତୁ | ବିତିଯାଇଥିବା ମାମଲାରେ ମିତ୍ରଙ୍କ ସାହାଯ୍ୟ ଦ୍ୱାରା ସଫଳତା ମିଳିବ | ଆର୍ଥିକ ଦିଗରେ ଉନ୍ନତି ହେବା ଫଳରେ ନୂତନ ପ୍ରଦାର୍ଥ କିଣିବେ କିମ୍ବା ନୂତନ ବ୍ୟବସାୟ ଆରମ୍ଭ କରିବେ | ମିତ୍ରଙ୍କ ସାହାଯ୍ୟ ଦ୍ୱାରା ନୂତନ କାର୍ଯ୍ୟ ଆରମ୍ଭ କରିବେ | ସୁଖ ସମ୍ପଦ ମିଳିବ | ଜୀବନସାଥିଙ୍କ ସହ କୌଣସି ଧାର୍ମିକ ସ୍ଥାନକୁ ଭ୍ରମଣ କରିବାକୁ ଯିବେ | ପରିବାରର ସବୁ ଦାୟିତ୍ୱକୁ ପୂରଣ କରିବେ |  ଶାଶୁରଘର ତରଫରୁ କୌଣସି ଉପହାର ମିଳିପାରେ |

ସରକାରୀ ସାହାଯ୍ୟ ସହଯୋଗ ହାତଛଡା ହେବାର ନାହିଁ | କ୍ୟାରିଅରରେ ସକାରାତ୍ମକ ପ୍ରଭାବ ପଡିବ | ସହକର୍ମୀଙ୍କଠାରୁ ସହଯୋଗ ମିଳିବ | ଚାକୀରିରେ କ୍ଷେତ୍ରରେ ପାଦୌନ୍ୟତି ପାଇବାର ସୁଯୋଗ ଅଛି | ସେଥିପାଇଁ କର୍ମକ୍ଷେତ୍ରରେ ଅଧିକାରୀମାନଙ୍କ ସହ ସୁସମ୍ପର୍କ ରଖନ୍ତୁ | କର୍ମରେ ଉନ୍ନତି  ସହିତ ଉତ୍ସାହ ଉଲ୍ଲାସରେ ଜୀବନ ଅତିବାହିତ କରିବେ | କର୍ମଚାରୀ ଓ କୃଷକମାନେ ବେଶୀ ଉପକୃତ ହେବେ | ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇଁ ବରିଷ୍ଠ ନେତାଙ୍କ ସ୍ନେହର ପାତ୍ର ହେବେ | ଆଶା କରୁଥିବା ସୁଯୋଗ ପାଇଁ ଖୁସି ହୋଇଯିବେ | ରାଜନୀତିରେ ପଦପଦବୀ  ଲାଭ ହେବା ସହ ସମ୍ମାନ ଲାଭ ପଦମର୍ଯ୍ୟାଦା ବୃଦ୍ଧି ପାଇବ  | ନିଜ ଦକ୍ଷତାରୁ ଉଞ୍ଚସମ୍ମାନ ପାଇବେ  | ବୁଦ୍ଧିଜୀବୀଙ୍କ ସାନିଧ୍ୟରେ ଆସିବେ |

୧୩ ଏପ୍ରିଲଠାରୁ ବୃହସ୍ପତି ମୀନରାଶିରେ ବା ଷଷ୍ଠଭାଗରେ ଗୋଚର ହେବେ | ସ୍ୱାସ୍ଥ୍ୟସମସ୍ୟରେ ଉନ୍ନତି ହେବ | ପୁରୁଣା ରୋଗ , ଶତ୍ରୁମାନଙ୍କଠାରୁ ଉପଶମ ମିଳିବା , ପରବରରେ ଉତ୍ତମ ଯୋଜନା ବୋଧ ହେବ ଫଳରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ | ବ୍ୟବସାୟ ସଂସ୍ଥାନ ,ଶିଳ୍ପ ପ୍ରତିଷ୍ଠାନ ଯୋଜନା ସାଫଲ୍ୟ ହେବ | ଶିକ୍ଷା କ୍ଷେତ୍ରରେ ତେଜସ୍ଵୀ ,ବ୍ୟବହାର କୁଶଳ ଅନୁଶାସନ ପ୍ରିୟ ,ଗୁଣି , ଜ୍ଞାନୀ , ଆଜ୍ଞାପାଳକ , ସୌଭାଗ୍ୟଶାଳୀ ହେବେ | ବିଭାଗୀୟ ପରୀକ୍ଷା , ପ୍ରତିଯୋଗୀତା ପରୀକ୍ଷାରେ ଅନୂକୁଳ ହେବ | ନୂତନ କର୍ମରେ ନିଯୁକ୍ତି | | ୨୯ ଏପ୍ରିଲରେ ଗ୍ରହରାଜ ଶନି କୁମ୍ଭରାଶିକୁ ଗୋଚର ହେବ ଫଳରେ ସାମାଜିକ କ୍ଷେତ୍ରରେ ତଳୁ ଉପରସ୍ଥର ଯାଇ ଆଦୃତି ମାନ୍ୟତା ଅର୍ଜନ କରିବେ | 

ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବେ | ସେୟାର ବଜାର , ଜୁଆ , ଲଟେରୀ ,ପ୍ଲାଷ୍ଟିକ , ଚମଡା ,ଠିକାଦାରୀ , ରାସ୍ତା , ଗୃହ ନିର୍ମାଣ , ମଟରପାର୍ଟସ ବ୍ୟବସାୟ , ପେଟ୍ରୋଲିଅମ ପ୍ରଦାର୍ଥ ,କୋରିଅର,କୋଇଲା ,କୋଳଥ ,ଖାଦ୍ୟ ଦ୍ରବ୍ୟ ,ଖାଇବା ତେଲ , ଘିଅ ,ଖାଦ୍ୟ ସାମଗ୍ରୀ କାଚ , ବିଦ୍ୟୁତ ସାମଗ୍ରୀ , ଧାତୁ , ଚଳଚିତ୍ର ,ଔଷଧ ,କପଡା ଆଦିରେ ଚାକିରୀ କରୁଥିବା ବା କରିଥିବା ବ୍ୟକ୍ତି ଲାଭବାନ ହେବେ | ସମସ୍ତ ଗୁରୁତ୍ୱପୁର୍ଣ ନିଷ୍ପତି ଅଚାନକ ନେଲେ ବ୍ୟବସାୟରେ ଉନ୍ନତି ହେବ | ଧନ ସଂଚୟ ପାଇଁ କିଛି ସଂଘର୍ଷ କରିବାକୁ ପଡିବ | ପ୍ରେମ ସମ୍ପର୍କରେ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ | ପାରିବାରିକ ସମସ୍ୟା ଦେଖାଦେଇ  ପରେ | କାରଣ ମଙ୍ଗଳ ସୁଖ ଭାଗରେ ରହିଥିବାରୁ ପରିବାରରେ ମତଭେଦ ହୋଇପାରେ ଯାହାକି ଆପଣ ଚାହୁଁ ନଥିଲେ ମଧ୍ୟ ବ୍ୟବହାର ଖରାପ କରି ନିଜକୁ ବଦନାମ କରିବେ | କୌଣସି କଥାକୁ ନେଇକି ଅଧିକ ଚିନ୍ତା ନ କଲେ  ଚିନ୍ତାଋ ମୁକ୍ତି ପାଇବେ | ଏହି ଅଶୁଭତ୍ବକୁ ଖଣ୍ଡନ କରିବେ ପାଇଁ କିଛି ପ୍ରତିକାର କରନ୍ତୁ | ସବୁ ବିପଦ ,ଦୁଃଖ ଖଣ୍ଡନ ହୋଇଯିବ | ଏ ବର୍ଷ ଆପଣଙ୍କର ଏବଂ ଆପଣଙ୍କ ପରିବାର ମଙ୍ଗଳ ହେଉ ମୋର ଜଗନ୍ନାଥ ନିକଟରେ ଏତିକି ପାର୍ଥନା |

ପ୍ରତିକାର :-

              ବର୍ଷର ପ୍ରତ୍ୟେକ ଶୁକ୍ରବାର ଦିନ ଆପଣ ଦେବାଧିଦେବ ମହାଦେବଙ୍କୁ ଦର୍ଶନକରନ୍ତୁ | ଆପଣଙ୍କ ରାଶିର ଇଷ୍ଟ ଦେବୀ ମା ଲକ୍ଷ୍ମୀ ହୋଇଥିବାରୁ ମହା ଲକ୍ଷ୍ମୀଙ୍କର କୌଣସି ମନ୍ତ୍ରକୁ ପ୍ରତ୍ୟେକ ଶୁକ୍ରବାର ଦିନ ଆପଣ ପାଠ କରନ୍ତୁ | ଶୁକ୍ରବାର ଦିନଗୁଡିକରେ ବିଧବାନାରୀକୁ ମିଷ୍ଟର୍ଣ୍ଣ ବା କ୍ଷୀରରେ ତିଆରି ହୋଇଥିବା ମିଷ୍ଟର୍ଣ୍ଣ, ଖୁଆ ରାବିଡି ଏମିତି ଅନେକ ତାଙ୍କୁ ଖାଇବାକୁ ଦିଅନ୍ତୁ | ଧଳା ଲୁଗାଟିଏ ପ୍ରଦାନ କରନ୍ତୁ ଯାହାବି ବାଧାବିଘ୍ନ ରହିଛି ଦୂରଭୂତ ହେବ |