Mithun Rashifal

ମିଥୁନ ରାଶି

ଗ୍ରହସ୍ଥିତି:-

          ରାଶି ଚକ୍ରର ତୃତୀୟ ରାଶି ମିଥୁନ ରାଶି |  ମିଥୁନ ରାଶିର ରାଶ୍ୟାଧିପତି ବୁଧ | ଏହା ବାୟୁତତ୍ତ୍ୱ ଗ୍ରହ ଅଟେ | ଶନି ଅଷ୍ଟମରେ ଅଛନ୍ତି |୨୯ ଏପ୍ରିଲରେ ଶନି ନବମ ସ୍ଥାନ ବା ଭାଗ୍ୟ ସ୍ଥାନକୁ ଯିବେ | ବର୍ତ୍ତମାନ ନବମ ସ୍ଥାନରେ ବୃହସ୍ପତି ଅଛନ୍ତି | ୧୩ ଏପ୍ରିଲରେ କେନ୍ଦ୍ର ସ୍ଥାନ ବା ଦଶମ ସ୍ଥାନକୁ ଯିବେ | ରାହୁ ଦ୍ୱାଦଶ ସ୍ଥାନରେ ଅଛନ୍ତି | ୧୩ ଏପ୍ରିଲରେ  ଏକଦଶ ଭାବ ମେଷରାଶିକୁ ଯିବ |

       ବାର୍ଷିକ ଶୁଭାଶୁଭ ଫଳ :-

           ୨୦୨୨ ଆପଣଙ୍କ ପାଇଁ ଶୁଭାଶୁଭ  ମିଶ୍ରିତ  ଫଳଦାୟକ ହେବ | ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ବର୍ଷ ଆରମ୍ଭରେ ଟିକେ ସ୍ୱାସ୍ଥ୍ୟ ଖରାପ ହୋଇପାରେ | ସ୍ନାଯୁତନ୍ତ୍ର ,ସୃତିଶକ୍ତି  କ୍ଷୀଣତା,ଶରୀର ଯନ୍ତ୍ରଣା,ଥଣ୍ଡା,ଇମ୍ଫେକ୍ସନ,ମାଂସପେସୀ ଯନ୍ତ୍ରଣା,ସୁଗାର ପ୍ରୋବ୍ଲେମ ଏ ସବୁ ଆପଣଙ୍କୁ ଜାନୁଆରୀ,ଜୁନ,ଡିସେମ୍ବର ମାସରେ ଟିକେ ଟିକେ ଦେଖା ଦେବ | ସନ୍ତାନଙ୍କର ସ୍ୱାସ୍ଥ୍ୟଅବସ୍ଥାକୁ ନେଇ ଚିନ୍ତାରେ ରହିବେ କିନ୍ତୁ ସନ୍ତାନଙ୍କର ଶିକ୍ଷ୍ୟା,କର୍ମକ୍ଷତ୍ରରେ,ବ୍ୟବହାରରେ ଯଥେଷ୍ଟ ଶୁଭ ପରିବର୍ତ୍ତନ ହେବ  ଆପଣ ଅନୁଭବ କରିବେ | କର୍ମସ୍ଥାନକୁ ଦେଖିଲେ ଆପଣଙ୍କର ୨୫ ଏପ୍ରିଲରୁ ୨୭ ସେପ୍ଟେମ୍ବର ମଧ୍ୟରେ କର୍ମରେ ସ୍ଥାନାନ୍ତରଣ,କର୍ମରେ ପାଦୌନ୍ୟତି,ଉଚ୍ଚାଅଧିକାରୀଙ୍କ ସହ ସୁସମ୍ପର୍କ ,କର୍ମରେ ମତ ପାର୍ଥକ୍ୟ ବା ମତାନ୍ତର ଥିଲେ ଦୂରୀଭୂତ ହେବ,ଇଛା କରୁଥିବା ସ୍ଥାନକୁ ସ୍ଥାନାନ୍ତରଣ ହେବେ | ଏ ବର୍ଷ ଆପଣ ସମସ୍ତ ଋଣ ପରିଶୋଧ କରିବେ |

ଦାମ୍ପତ୍ୟ ଜୀବନରେ ସୁଖିହେବେ | ଜାନୁଆରୀ,ମେରେ ମାଙ୍ଗଳିକ କାର୍ଯ୍ୟକରିପାରିବେ | ନୂତନ ଜମି ,ଭୂମି ,ଯାନବାହାନ ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ସୁନିଶ୍ଚିନ୍ତ କ୍ରୟ କରିପାରିବେ | ଗୃହ ନିର୍ମାଣ ,ଗୃହ କିଣିବେ ,ଶେୟର ମାର୍କେଟରେ ଇନଭେଷ୍ଟ କଲେ ଆପଣଙ୍କ ପାଇଁ ଭଲ | ସନ୍ତାନଙ୍କର ବିଦେଶ ଯାତ୍ରା ସହିତ ଆପଣଙ୍କର ମଧ୍ୟ ବିଦେଶ ଯାତ୍ରାର ସମ୍ଭାବନା ଅଛି | ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ବାଣିଜ୍ୟ ବ୍ୟବସାୟ ଆରମ୍ଭ କଲେ ଶୁଭ ଫଳ ମିଳିବ | ଏ ବର୍ଷ ଆପଣଙ୍କ ପାଇଁ ଶୁଭ ସମୟ ୨ ଜୁଲାଇରୁ  ୧୫ ଜୁଲାଇ ଏବଂ ୨୫ ଅଗଷ୍ଟରୁ ୨୬ ଅକ୍ଟୋବର ପର୍ଯ୍ୟନ୍ତ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ | ଏହି ସମୟରେ କିଛି ନୂତନ କାର୍ଯ୍ୟ କଲେ ଅତ୍ୟନ୍ତ ଶୁଭ ଦାୟକ | ଏ ବର୍ଷ ଆପଣଙ୍କର ଏବଂ ଆପଣଙ୍କ ପରିବାର ମଙ୍ଗଳ ହେଉ ମୋର ଜଗନ୍ନାଥ ନିକଟରେ ଏତିକି ପାର୍ଥନା |

ପ୍ରତିକାର :-

              ବର୍ଷର ପ୍ରତ୍ୟେକ ବୁଧବାର ଦିନଗୁଡ଼ିକରେ ଆପଣଙ୍କର ରାଶ୍ୟାଧିପତି ଗଣେଶଙ୍କୁ ଦର୍ଶନ କରନ୍ତୁ | ସାତଗୋଟି ଅଷ୍ଟଦଳଦୁର୍ବା ବା ସତ ଗୋଟି ଗୋଟା ଗୁଆ ଆପଣଙ୍କ କପାଳରେ ଲଗାଇ ତାଙ୍କ ପାଦ ତଳେ ଥୁଅନ୍ତୁ | ସବୁ ସମସ୍ୟା ଦୂର ହେବ |