Mesh Rashifal

ଗ୍ରହସ୍ଥିତି :-

ରାଶି ଚକ୍ରର ସର୍ବ ପ୍ରଥମ ରାଶି ମେଷ ରାଶି | ମେଷ ରାଶି ର ଭାଗ୍ୟଧିପତି ହେଉଛନ୍ତି ବୃହସ୍ପତି | ବର୍ତ୍ତମାନ ଭାଗ୍ୟଧିପତି ରହିଛନ୍ତି କୁମ୍ଭରାଶିରେ ଏବଂ ବୃହସ୍ପତି କୁମ୍ଭରାଶିରୁ ମୀନରାଶିକୁ ୧୩ ଏପ୍ରିଲ ୨୦୨୨ ଚଳୟମାନ ହେବେ |ବର୍ତ୍ତମାନ ଏକାଦଶସ୍ଥ ବୃହସ୍ପତି ପରବର୍ତ୍ତୀ ସମୟରେ ଦ୍ଵାଦଶସ୍ଥ ବୃହସ୍ପତି ହେବେ | ଶନି ରହିଛନ୍ତି ଆପଣଙ୍କର ବର୍ତ୍ତମାନ ସମୟରେ କର୍ମସ୍ଥାନ ବା ଦଶମସ୍ଥାନରେ ସ୍ଵଗୃହୀ ହୋଇକି ଅଛନ୍ତି | ଏବଂ ବୁଧ ସହିତ  ଯୁକ୍ତ ହୋଇଛନ୍ତି ଯେକି ତୃତୀୟାଂଶ ଏବଂ ଷଷ୍ଠେୟାଂଶ ଯୁକ୍ତ ହୋଇକି ଅଛନ୍ତି | ଶନି ଯିବେ ବୃହସ୍ପତିକି  ବର୍ତ୍ତମାନ ଯୋଉଠି ସେ ଅଛନ୍ତି | କୁମ୍ଭରାଶିକୁ ବା ଏକାଦଶସ୍ଥ ବୃହସ୍ପତି ହେବେ | ବୃହସ୍ପତିଙ୍କର  ଦୃଷ୍ଟି ମେଷରାଶି ପାଇଁ ପଞ୍ଚମ ଦୃଷ୍ଟି ବୃହସ୍ପତିଙ୍କର ରହୁଛି ଆପଣଙ୍କ ଲଗ୍ନର ପରାକ୍ରମ ସ୍ଥାନ ବା ତୃତୀୟ ସ୍ଥାନକୁ ରହୁଛି | ଏବଂ ରାଶିର ପଞ୍ଚମ ସ୍ଥାନକୁ ବୃହସ୍ପତିଙ୍କର ଦୃଷ୍ଟି ଏବଂ ସପ୍ତମ ସ୍ଥାନ ,ଜାୟା ସ୍ଥାନ ବା ବାଣିଜ୍ୟସ୍ଥାନକୁ ରହୁଛି  ବୃହସ୍ପତିଙ୍କର ଦୃଷ୍ଟି |

ବାର୍ଷିକ ଶୁଭାଶୁଭ ଫଳ :-

           ୨୦୨୨ ଆପଣଙ୍କ ପାଇଁ ଶୁଭାଶୁଭ  ମିଶ୍ରିତ  ଫଳଦାୟକ ହେବ | ଆଗାମୀ ଦିନ ଗୁଡିକ ଯଥେଷ୍ଟ ଭଲ ରହିଛି  |  ମେଷ ରାଶିର ରାଶ୍ୟାଧିପତି  ମଙ୍ଗଳ | ମଙ୍ଗଳ ମକର ରାଶିରେ ୨୫ ଫେବୃଆରୀ ଠାରୁ ୪ ଏପ୍ରିଲ ପର୍ଯ୍ୟନ୍ତ ଉଚ୍ଚସ୍ଥ ହୋଇକି ରହିବେ |ଯାହା ଫଳରେ କି କର୍ମକ୍ଷତ୍ରରେ ଉଚ୍ଚପଦବୀ ,ସରକାରୀ କର୍ମ ନିଯୁକ୍ତି ପାଇଁ ପାରିବେ | ଗ୍ରହଙ୍କସ୍ଥିତିକୁ ଲକ୍ଷ୍ୟ କଲେ ଆପଣ ବେସରକାରୀ ସ୍ଥରରେ ଉଚ୍ଚସ୍ୱ ପଦବୀ ୨୫ ଫେବୃଆରୀ ଠାରୁ ୨୭ ଜୁଲାଇ ପୂର୍ବରୁ ସୁନିଶ୍ଚିନ୍ତ ଉତ୍ତମ କର୍ମ,ସରକାରୀ କର୍ମ,ବେସରକାରୀ ଉଚ୍ଚପଦବୀ ସ୍ଥାନ ପାଇପାରିବେ |

ଦାମ୍ପତ୍ୟ ଜୀବନେ ସୁଖୀ ହେବେ | ବୃହସ୍ପତିଙ୍କର ପଞ୍ଚମ ଦୃଷ୍ଟି ରହିଥିବାରୁ ୧୨ ଏପ୍ରିଲ ପୂର୍ବରୁ ବିବାହ ସମସ୍ୟା ଦୂର ହେବ ସହିତ ବିବାହ ସ୍ଥରୀକୃତ ହେବ | ସନ୍ତାନଙ୍କର ନୂତନକର୍ମ ,ବିଦେଶ ଯାତ୍ରା,ଉଚ୍ଚପଦବୀ ମଧ୍ୟ ପାଇବେ | ନୂତନ ଜମି,ନୂତନ ଭୂମି,କିଣିବାର ପୂଣ୍ୟଯୋଗ ରହିଛି |ଆର୍ଥିକ ସ୍ଥିତି ବର୍ଷକରେ ପ୍ରୟତଃ ଜାନୁଆରୀ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥିତି ମୋଟା ମୋଟୀ ଭଲ ରହିବ | ଜାନୁଆରୀରୁ ଜୁଲାଇ ବହୁତ ଭଲ ରହିବ | ଫେବୃଆରୀ  ୨୫ ରୁ ଏପ୍ରିଲ ୪ ପର୍ଯ୍ୟନ୍ତ ଅତି ଉତ୍ତମ ରହିବ | 

ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଗ୍ୟାଷ୍ଟିକ ଜନିତ ସମସ୍ୟା,ସ୍ନାୟୁ ତନ୍ତ୍ରରେ କିଛି ସମସ୍ୟା,ଅସ୍ଥିଗତ କିଛି ସମସ୍ୟା ଦେଖା ଦେଇପାରେ | ସେପ୍ଟେମ୍ବର ପରେ ଆର୍ଥିକ ସମସ୍ୟା ଦେଖାଦେଇପାରେ | ବିଶେଷ କରି  ଅକ୍ଟୋବର ,ନଭେମ୍ବର ,ଡିସେମ୍ବର ଅଧିକ ସମସ୍ୟା ଦେଇ ଗତି କରିବେ | ଅଧିକ ବିନିଯୋଗ କରିବା ଅନୁଚିତ | ଆପଣ ଯଦି ଫେବୃଆରୀ,ମାର୍ଚ୍ଚ,ଏପ୍ରିଲରେ ଦୀର୍ଘସ୍ଥାୟୀ ବିନିଯୋଗ କରୁଛନ୍ତି ତାହେଲେ ଅତ୍ୟନ୍ତ ଶୁଭଦାୟକ ଯାହା ପରବର୍ତ୍ତୀ ସମୟରେ ଶୁଭଫଳ ପ୍ରାପ୍ତି କରିବେ ଏବଂ ଏପ୍ରିଲ ,ମେ ମଧ୍ୟରେ ନୂତନ ଯାନବାହାନ କ୍ରୟ କରିବାର ପୁଣ୍ୟଯୋଗ  ରହିଛି | 

କର୍ମ ସ୍ଥାନକୁ ଦେଖିଲେ ଆପଣ ଯଦି ଆଇଟି ପ୍ରଫେସନ,ସପ୍ଟଓୟାର ରେ ଚାକିରୀ,ଏମ୍ବିଏ, ମ୍ୟାନେଜମେଣ୍ଟ , ବ୍ୟାଙ୍କିଙ୍ଗ , ଫାଇନାନ୍ସ ଏବଂ ଇନ୍ସୁରାନ୍ସ ରେ କାର୍ଯ୍ୟ କରୁଥାନ୍ତି ତେବେ ଆପଣଙ୍କ ପାଇଁ ଏ ବର୍ଷ ଲକି | ଜାନୁଆରୀ ୨୭ ରୁ ଜୁଲାଇ ମଧ୍ୟରେ ଆପଣଙ୍କର ପାଦୌନ୍ୟତି ବା ପ୍ରମୋସନ ସୁନିଶ୍ଚିନ୍ତ | ଏବଂ ଶନି ଯେତେବେଳେ କୁମ୍ଭ ରାଶିକୁ ଗତି କରିବେ ସେତେବେଳେ ତୃତୀୟ ଦୃଷ୍ଟି ଆପଣଙ୍କର ରାଶିପ୍ରତି ଏବଂ ଦଶମ ଦୃଷ୍ଟି ଆପଣଙ୍କ ସପ୍ତମ ସ୍ଥାନ ପ୍ରତି ରହିବା ହେତୁ   ୨୯ ଏପ୍ରିଲ ୨୦୨୨ ପରେ ଅଧିକ ବିନିଯୋଗ କରନ୍ତୁ ନାହିଁ |ଯଦି ଆପଣ ଅଧିକ ବିନିଯୋଗ କରିବାକୁ ଚାହୁଛନ୍ତି ଯାନବାହାନ , ବାଣିଜ୍ୟ ,ଭୂମି ପ୍ରତି ତେବେ ୨୯ ଏପ୍ରିଲ ପର ଠାରୁ କରନ୍ତୁ ଆପଣଙ୍କ ପାଇଁ ଭଲ ରହିବ | ଏ ବର୍ଷ ଆପଣଙ୍କର ଏବଂ ଆପଣଙ୍କ ପରିବାର ମଙ୍ଗଳ ହେଉ ମୋର ଜଗନ୍ନାଥ ନିକଟରେ ଏତିକି ପାର୍ଥନା |

ପ୍ରତିକାର :-

 ପ୍ରତ୍ୟେକ ଶନିବାର ଦିନ ପାରାଙ୍କୁ ବାଜାର ଧାନ ଖାଇବାକୁ ଦିଅନ୍ତୁ କିମ୍ବା ବର୍ଷର ପ୍ରତ୍ୟେକ ଶନିବାର ଦିନ ହନୁମାନ ଚାଳିଶ ପାଠ କରନ୍ତୁ |