Makara Rashifal

ମକର ରାଶି

                ଗ୍ରହସ୍ଥିତି :-

                                ବର୍ଷ ଆରମ୍ଭରେ ଶନି ୨୮ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ମକର ରାଶିରେ ବା ସ୍ଵଗୃହେ ହୋଇରହିବେ | ୨୯ ଏପ୍ରିଲରେ ଶନି ତାଙ୍କର ପ୍ରିୟ ରାଶି କୁମ୍ଭରାଶିକୁ ଚଳି ସ୍ବଗୃହ ହେବେ | ଯାହା ଫଳରେ କି ଶନି ଅଧିକ ପ୍ରଶସ୍ଥ ହୋଇ ଅଧିକ ଶୁଭ ଫଳ ପ୍ରଦାନ କରିବେ | ଶନି କୁମ୍ଭରାଶିକୁ ଚାଲିବ ବେଳେ ପ୍ରଥମେ ରହିବେ ଶ୍ରବଣା ନକ୍ଷତ୍ରରେ ୧ ଜାନୁଆରୀ ୨୦୨୨ ରୁ  ୧୮ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ | ଏବଂ ୧୮ ଫେବୃଆରୀ ୨୦୨୨ ରୁ ୩୧ ଡ଼ିସେମ୍ବର ୨୦୨୨ ପର୍ଯ୍ୟନ୍ତ ଧନିଷ୍ଠା ନକ୍ଷତ୍ରରେ ଅବସ୍ଥାନ କରିବେ | ଶନି ଉଭୟ ଚନ୍ଦ୍ର , ମଙ୍ଗଳ ରେ ରହିବେ  ଯାହାକି ଚନ୍ଦ୍ରଙ୍କ ଶ୍ରବଣା ନକ୍ଷତ୍ରରେ ଅଳ୍ପଦିନ ଏବଂ ମଙ୍ଗଳଙ୍କର ଧନିଷ୍ଠା ନକ୍ଷତ୍ରରେ ବର୍ଷ ଶେଷ ପର୍ଯ୍ୟନ୍ତ ରହିବେ | ଦେବଗୁରୁ ବୃହସ୍ପତି କୁମ୍ଭରାଶିରେ ୧୨ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ରହି ୧୩ ଏପ୍ରିଲରେ ସ୍ବଗୃହ ବା ମୀନରାଶିକୁ  ଚଳନ ହୋଇ ବର୍ଷ ସାରା ମୀନ ରାଶିରେ ରହିବେ | ବର୍ଷ ଆରମ୍ଭରୁ ରାହୁ ଵୃଷରାଶିରେ ଏବଂ କେତୁ ବିଛାରାଶିରେ ୧୨ ଏପ୍ରିଲ ପର୍ଯ୍ୟନ୍ତ ରହି ୧୩ ଏପ୍ରିଲ ୨୦୨୨ରେ ରାହୁ ବକ୍ରକାର ହୋଇ ମେଷ ରାଶିକୁ ଏବଂ କେତୁ ତୁଳା ରାଶିକୁ ଚାଳନା ହେବେ |  

         ବାର୍ଷିକ ଶୁଭାଶୁଭ ଫଳ :-

                                     ୨୦୨୨ ଆପଣଙ୍କ ପାଇଁ ଶୁଭାଶୁଭ ଫଳଦାୟକ ହେବ | ମକର ରାଶିର ବ୍ୟକ୍ତିବିଶେଷ ଆପଣ ଶନିସାଢ଼େସାତ ପ୍ରଭାବ ଦେଇ ଗତି କରୁଛନ୍ତି | ୨୯ ଏପ୍ରିଲ ୨୦୨୨ ପରଠାରୁ ବର୍ଷ ଶେଷ ପର୍ଯ୍ୟନ୍ତ ରାଶିଠାରୁ ଦ୍ଵିତୀୟ ବା ଧନସ୍ଥାନରେ ସ୍ବଗୃହ ହୋଇକି ରହିବେ | ମକର ରାଶି ପାଇଁ ଶନି ଅତ୍ୟନ୍ତ ଶୁଭପ୍ରଦ ଅଟେ | ଶନି ଆପଣଙ୍କୁ ୨୦୨୨ ରେ ଶୁଭଫଳ ପ୍ରଦାନ କରିବେ | ଆପଣ ସ୍ପଷ୍ଟବାଦୀ ,ପରୋପକାରୀ ,ପରିଶ୍ରମୀ ,ହାସମୁଖ ସ୍ୱଭାବର  ହୋଇଥାନ୍ତି | ନିଜର ଦୁଃଖ କାହା ଆଗରେ ପ୍ରକାଶ କରନ୍ତି ନାହିଁ | ପରିବାର ପ୍ରିୟ , ସନ୍ତାନ ମାନଙ୍କୁ ଭଲପାଆନ୍ତି | ଆପଣଙ୍କର ଜୀବନସାଥି ପ୍ରତି ବହୁତ ଭଲପାଇବା ଥାଏ | କିନ୍ତୁ ଆପଣ କେବେ ଦେଖେ ହୁଅନ୍ତିନି |

ନୂଆନୂଆ ବନ୍ଧୁ ସ୍ଥାପନ କରିବା , ଦୂରଯାତ୍ରା କରିବା କିଛି ବୈଷୟିକ ଜ୍ଞାନରେ କାମ କରିବାକୁ ଭଲପାନ୍ତି | କଣ୍ଟ୍ରାକ୍ଟର ,ଠିକାଦାରୀ ,ସୂଚନା ବିଜ୍ଞାନ ,ସଫ୍ଟୱେର , ସିଭିଲ ବିଭାଗରେ କର୍ମ କରିଥାନ୍ତି ତେବେ ୨୦୨୨ ମସିହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଦାୟକ | ଫେବୃଆରୀ ଠାରୁ ଅକଟୋବର କିମ୍ବା ନଭେମ୍ବର ମଧ୍ୟରେ ସ୍ଥିତିରେ ବହୁତ ପରିବର୍ତ୍ତନ ଆସିବ | ଚାକିରୀରେ ଉନ୍ନତି ସହିତ ପଦୋନ୍ନତୀ ପାଇବେ | କର୍ମରେ ସ୍ଥାନାନ୍ତରଣ ଯୋଗ ରହିଛି | ଗୋଟେ କମ୍ପାନୀରୁ ଆଉ  ଗୋଟେ କମ୍ପାନୀକୁ ଅଧିକ ସ୍ୟାଲେରୀରେ ନିଯୁକ୍ତି ହେବେ | ସରକାରୀ କର୍ମ ଯୋଗ ରହିଛି |

ଯେଉଁ ବିଦ୍ୟାର୍ଥୀମାନେ ସେନାବିଭାଗ ,ଆଇ.ଏସ , ଆଇ.ପି .ଏସ,ପୋଲିସ ବିଭାଗରେ ପରୀକ୍ଷା ଦେଉଛନ୍ତି ସେମାନଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ଦାୟକ | ଦୂରଯାତ୍ରାର ଯୋଗ ରହିଛି | ଦାମ୍ପତ୍ୟ ଜୀବନ ସୁଖମୟ ହେବ | ବିବାହ ,ବ୍ରତ ଆଦି ମାଙ୍ଗଳିକ କାର୍ଯ୍ୟ ପ୍ରାୟ ଜୁଲାଇ ମଧ୍ୟରେ ସମାପ୍ତ ହେବ | ଜାନୁଆରୀରୁ ଜୁଲାଇ ମଧ୍ୟରେ ବିବାହ ,ବ୍ରତ ଏବଂ ନୂତନ ଯାନବାହାନ କ୍ରୟ ,କିଛି ସେୟାର ମାର୍କେଟରେ ଅର୍ଥ ବିନିଯୋଗ , ନୂତନ କାର୍ଯ୍ୟ ଆରମ୍ଭ କରିବେ | ୨୦୨୧ ରେ ଅଧା ରହିଥିବା କାର୍ଯ୍ୟ ୨୦୨୨ରେ  ତାକୁ ପୁର୍ଣ କରିବେ | ଏପ୍ରିଲଠାରୁ ଡ଼ିସେମ୍ବର ମଧ୍ୟରେ ଆପଣ ବହୁ ମାତ୍ରାରେ ପ୍ରାୟ ୮୦% ରୁ ୯୦% ଋଣ ପରିଶୋଧ କରିବେ |ଟିକେ ଜଗିରଖି ଚଳନ୍ତୁ ମଧ୍ୟ | ଏ ବର୍ଷ ଆପଣଙ୍କର ଏବଂ ଆପଣଙ୍କ ପରିବାର ମଙ୍ଗଳ ହେଉ ମୋର ଜଗନ୍ନାଥ ନିକଟରେ ଏତିକି ପାର୍ଥନା |

ପ୍ରତିକାର :-

             ଆପଣ ବାଡ଼ି ଅଁଳା ବୃକ୍ଷକୁ କୁଣ୍ଡରେ ଲଗାଇ ଚନ୍ଦନ, ସିନ୍ଦୂର ,ଦୀପଧୁପ ଦେଇ ଅପରାଜିତା ଫୁଲ ଦେଇ ପ୍ରତ୍ୟକ ଶନିବାର ଦିନ ପୂଜା କରନ୍ତୁ | କଳାରଙ୍ଗର କୁକୁରକୁ ଶୋରିଷତେଲରେ ରୁଟି ତିଆର କରି ଖାଇବାକୁ ଦିଅନ୍ତୁ | ଯାହାବି ବାଧାବିଘ୍ନ ଥିବା ଦୂର ହୋଇଯିବ |