karkata Rashifal

କର୍କଟ ରାଶି

ଗ୍ରହସ୍ଥିତି :-

             ରାଶି ଚକ୍ରର ଚର୍ତୁଥ ରାଶି କର୍କଟ ରାଶି | କର୍କଟ ରାଶିର ରାଶ୍ୟାଧିପତି ଚନ୍ଦ୍ର | ଧନୁରାଶିରେ ରବି ,ଶୁକ୍ର | ବିଛାରେ ଚନ୍ଦ୍ର ,ମଙ୍ଗଳ ,କେତୁ | ମକରରେ ଶନି ,ବୁଧ | କୁମ୍ଭରେ ବୃହସ୍ପତି | ଵୃଷରେ ରାହୁ | ବୃହସ୍ପତି ଏପ୍ରିଲ ୧୩ରେ ମୀନ ରାଶିକୁ ଯାଇ ବର୍ଷ ଶେଷ ପର୍ଯ୍ୟନ୍ତ ରହିବେ | ୨୯ ଏପ୍ରିଲରେ ଗ୍ରହରାଜ ଶନିଶ୍ଚର କୁମ୍ଭରାଶିକୁ ବା ଅଷ୍ଟମକୁ ଗୋଚର ହେବେ ଏବଂ ଜୁଲାଇ ୧୨ ତାରିଖରେ ବକ୍ର ହୋଇ ବର୍ଷ ଶେଷ  ପର୍ଯ୍ୟନ୍ତ ରହିବେ ରାହୁ ମାର୍ଚ୍ଚ ୧୭ ତାରିଖରେ ମେଷ ରାଶିକୁ ଏବଂ କେତୁ ତୁଳା ରାଶିକୁ ବକ୍ରହୋଇ ବର୍ଷ ଶେଷ ପର୍ଯ୍ୟନ୍ତ ରହିବେ | ରାହୁ ଏକାଦଶରେ ରହିବେ | ରବି ଷଷ୍ଠରେ ରହିବେ |

       ବାର୍ଷିକ ଶୁଭାଶୁଭ ଫଳ :-

                           ୨୦୨୨ ଆପଣଙ୍କ ପାଇଁ ଶୁଭାଶୁଭ  ମିଶ୍ରିତ  ଫଳଦାୟକ ହେବ | ବର୍ଷ ଆରମ୍ଭରୁ ସ୍ୱାସ୍ଥ୍ୟ ପ୍ରୋବ୍ଲେମ ଦେଖାଦେବ |ଜାନୁଆରୀ ଠାରୁ ଏପ୍ରିଲ ୨୯ ମଧ୍ୟରେ ଥଣ୍ଡାଦୋଷ ,ଇମ୍ଫେକ୍ସନ,ଗଳାଜନିତ  ସମସ୍ୟା ,ପେଟ ଜନିତ ସମସ୍ୟା ,ପେଟରେ କୌଣସି  ଅସ୍ତ୍ରୋପଚାର ,ପେଟ ଦରଜ ହେବା,ଚର୍ମ ସମସ୍ୟା ,ଥାଇରଏଡ ପ୍ରୋବ୍ଲେମ, ପେଟରେ ମାଂସ ବଢିବା | ଏହି ସମସ୍ୟା ଦେଖା ଦେବା | ଖିଆପିଆ ଠିକ ସମୟରେ କରନ୍ତୁ | ମାର୍ଚ ଶେଷରୁ ଅଗଷ୍ଟ ମଧ୍ୟରେ ଆପଣଙ୍କ ଚାକିରୀରେ ସ୍ଥାନାନ୍ତରଣ ବା ପରିବର୍ତନ ଦେଖାଦେବ | ଦୂର ଯାତ୍ରା ବା ବିଦେଶ ଯାତ୍ରା  ର ସମ୍ଭାବନା ଅଛି | ଗୃହରେ ଭାତୃ ଜନିତ ସମସ୍ୟା , ପରିବାହିକା କଳହକୁ କେନ୍ଦ୍ରକରି ଘର ଛାଡିବା ପରିସ୍ଥିତି ଦେଖା ଦେଇପାରେ | `ବ୍ୟବସାୟରେ ପରିବର୍ତ୍ତନ,ସମ୍ପ୍ରସାରଣ ,ସ୍ଥାନପରିବର୍ତନ ପୂର୍ଣ୍ଣଯୋଗ ରହିଛି | ଭଡାଘର ମଧ୍ୟ ଆପଣ ମାର୍ଚ୍ଚ ଶେଷରୁ ଅଗଷ୍ଟ ଶେଷ ମଧ୍ୟରେ ପରିବର୍ତ୍ତନ କରିବେ | ସନ୍ତାନ ଜନିତ ସମସ୍ୟା ଦୂର ହେବା , ସନ୍ତାନ ଆଗକୁ ବଢିବେ ,ସନ୍ତାନଙ୍କର ପାଠ ପଢ଼ାରେ ଅନୂକୁଳତା ଦେଖାଦେଇ ପାରେ |

ଗୃହରେ ମାଙ୍ଗଳିକ କାର୍ଯ୍ୟ ହେବ | ଜୁନ, ନଭେମ୍ବର କିମ୍ବା ଡିସେମ୍ବର ଗୃହରେ ମାଙ୍ଗଳିକ କାର୍ଯ୍ୟ ହେବ | ଯଦି ଆପଣ ରାଜନୀତିରେ ରୁଚି ରଖିଛନ୍ତି ତେବେ ନିଶ୍ଚୟ ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ,ଜିଲ୍ଲାପରିଷଦ ,ନାଏବ ସରପଞ୍ଚ ,ୱାର୍ଡମେମ୍ବର ,ପୌର ନିର୍ବାଚନରେ ଅଂଶ ଗ୍ରହଣ କରନ୍ତୁ କିମ୍ବା ଆଉ କାହାକୁ ଛିଡା କରନ୍ତୁ | କାରଣ ଶହେରୁ ଅନେଶ୍ୱତ ପ୍ରତିଶତ ବିଜୟ ହେବାର ସମ୍ଭାବନା | ଯାନବାହାନ ,ଗୃହ ଦୃଷ୍ଟିରୁ ଭଲ ଅଛି |

ଏପ୍ରିଲ ୧୩ମଧ୍ୟରେ ଜଗିରଖିକି ଚଳିନ୍ତୁ | ସବୁ ଦେଖିକି ଇନଭେଷ୍ଟ କରନ୍ତୁ | ତରବର ହୋଇକି କିଛି ନିଷ୍ପତି ନିଅନ୍ତୁ ନାହିଁ ବା କାହା କଥାରେ ପଡନ୍ତୁ ନାହିଁ | ରାହୁ ଯେତେବେଳେ ଦଶମ ସ୍ଥାନକୁ ଯିବେ ଏପରି ହେବ ସମ୍ଭାବନା ଅଛି | ଯାହା ନିଷ୍ପତ୍ତି ନେବା ପୂର୍ବରୁ ୧୦୦ ଥର ଭାବିକି ନିଷ୍ପତ୍ତି ନିଅନ୍ତୁ | ଏ ବର୍ଷ ଆପଣଙ୍କର ଏବଂ ଆପଣଙ୍କ ପରିବାର ମଙ୍ଗଳ ହେଉ ମୋର ଜଗନ୍ନାଥ ନିକଟରେ ଏତିକି ପାର୍ଥନା |

ପ୍ରତିକାର :-            

  ବର୍ଷର ପ୍ରତ୍ୟେକ ସୋମବାର ଆପଣଡଦେବାଧିଦେବ ମହାଦେବଙ୍କୁ ଦର୍ଶନ କରନ୍ତୁ | କୌଣସି ଗରିବ ଲୋକଙ୍କୁ ଆପଣ ୧୬ ସୋମବାର ବା ଚାରି ମାସ  ପ୍ରତ୍ୟେକ ସୋମବାର ଦିନ ଷ୍ଟିଲ ବାସନ କିଛି ଦାନକରନ୍ତୁ | ଆପଣଙ୍କର ଯାହାବି ବାଧାବିଘ୍ନ ଥିବା ଦୂର ହେବ |