Dhanu Rashifal

ଧନୁ ରାଶି

          ଗ୍ରହସ୍ଥିତି :-

                    ରାଶି ଚକ୍ରର ନବମ ରାଶି ଧନୁ ରାଶି | ଧନୁ ରାଶିର ରାଶ୍ୟାଧିପତି ବୃହସ୍ପତି | ବର୍ତ୍ତମାନ ବୃହସ୍ପତି ରାଶିର ତୃତୀୟ ସ୍ଥାନରେ ରହିଛନ୍ତି | ଶନି ଦ୍ଵିତୀୟ ରାଶିରେ ଏବଂ ଶନି ୨୮ ଏପ୍ରିଲ ପର୍ଯ୍ୟନ୍ତ ମକର ରାଶିର ରହିବେ ଏବଂ ୨୯ ଏପ୍ରିଲରେ କୁମ୍ଭକୁ ଚଳି ବର୍ଷସାରା କୁମ୍ଭରେ ରହିବେ | ବୃହସ୍ପତି ୧୨ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ରହିବେ |  ୧୨ ଏପ୍ରିଲ ପରେ ୧୩ ଏପ୍ରିଲ ଠାରୁ ବର୍ଷ ସାରା ମୀନ ରହିବେ | ରାହୁ ଷଷ୍ଠରେ ଵୃଷରେ ଉଞ୍ଚସ୍ଥ ଅଛନ୍ତି | ରାହୁ  ୧୩ ଏପ୍ରିଲରେ ପଞ୍ଚମ ସ୍ଥାନ ,ସନ୍ତାନ ସ୍ଥାନ ବା ଯଶ ସ୍ଥାନକୁ ରାହୁ ଯିବେ |

         ବାର୍ଷିକ ଶୁଭାଶୁଭ ଫଳ :-

                                                    ୨୦୨୨ ଆପଣଙ୍କ ପାଇଁ ଶୁଭାଶୁଭ ଫଳଦାୟକ ହେବ | ୨୯ ଏପ୍ରିଲ ୨୦୨୨ରେ ଶନି ମକରରୁ ଶନି କୁମ୍ଭକୁ ଯିବେ ସେହି ସମୟରେ ଆପଣଙ୍କର ଶନିସାଢ଼େସାତ ଆପଣଙ୍କର ଖଣ୍ଡନ ହେବ | ବର୍ତ୍ତମାନ ତୃତୀୟରେବୃହସ୍ପତି ଅଛନ୍ତି | ବୃହସ୍ପତି ସ୍ବଗୃହ ବା ଚତୁର୍ଥଗୃହ  ମୀନରାଶିକୁ ଚଳିବେ ଏହା ମଧ୍ୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଦାୟକ | ୨୦୧୭ ରୁ ପଡିଥିବା ଶନିସାଢ଼େସାତ ଦୋଷ ଖଣ୍ଡନ ହୋଇ ଦୁଃଖର ସମୟ ଆଗକୁ ଶେଷ ହେଉଛି | ୨୦୨୨ ଦେବଗୁରୁ ବୃହସ୍ପତି ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବେ | ଶନି ପୀଡାରୁ ମଧ୍ୟ ଆପଣ ଲାଘବ ହେବେ |

୨୦୨୧ ରେ ଆପଣକିଛି ନୂଆକାର୍ଯ୍ୟ ବା ଯୋଜନା ଆରମ୍ଭ କରିଥିବେ ସେଥିରେ  ଆପଣ ଆଗକୁ ନିଶ୍ଚୟ ବଢିବେ ଏବଂ ଆପଣଙ୍କ ପାଇଁ ଏହା ଶୁଭଫଳ ପ୍ରଦାନ କରିବ | ଆପଣଙ୍କର ଆଗକୁ ସମୟ ବହୁତ ଭଲ ରହିଛି | ୨୦୨୨ ମସିହା ମାର୍ଚ୍ଚ ମାସ ଠାରୁ ଡ଼ିସେମ୍ବର ମାସ ପର୍ଯ୍ୟନ୍ତ ସମୟ ଅନୂକୁଳ ରହିବ | ଆଗାମୀ ନଅ ମାସ ଆପଣଙ୍କ ପାଇଁ ଶୁଭଫଳ ମିଳିବ |

ପୂର୍ବ ବର୍ଷରେ ମାତାପିତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ହେଇଚି | ପରିବାହିକା ସମସ୍ୟା ଦେଖାଦେଇଛି | ପତି କିମ୍ବା ପତ୍ନୀଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଛି | କୋର୍ଟକଚେରୀ ,ମାଲିମକନ୍ଦମା ,ଭିଜିଲାନ୍ସ ତଦନ୍ତ ହେବା,ଅର୍ଥ ଅପବ୍ୟୟ ହେବା ,ଅର୍ଥ ଫସିରହିବା ଏଭଳି ସମସ୍ୟା ହେଇଚି | କିନ୍ତୁ ମାର୍ଚ୍ଚ ମାସ ପରେ ସବୁ ସମସ୍ୟା ସମାଧାନ ହେବା | ଆପଣ ଦୁଇଟି କିମ୍ବା ତିନୋଟି କାର୍ଯ୍ୟ ଆରମ୍ଭ କରିବେ ସେଥିରୁ ମଧ୍ୟ କିଛି ଅର୍ଥ ଆପଣ ରୋଜଗାର କରିବେ | ଶେୟାର ମାର୍କେଟରେ କିଛି ବିନିଯୋଗ କରିଥିବେ ଯାହାକି ଭଲ ରିଟର୍ଣ୍ଣ ଆସିବା | ଯଦି କିସଜ୍ଜି ପଲିସି କରିଥିବେ ସେଥିରୁ ମଧ୍ୟ ଆପଣ କିଛି ଅର୍ଥ ପାଇବେ | ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଆପଣ ଦୁଇଟି କିମ୍ବା ତିନୋଟି ବ୍ୟବସାୟ କରିବେ | ଯଦି ଆପଣ ଚାକିରୀ କରିଛନ୍ତି ତେବେ ଚାକିରୀ ସହିତ ବ୍ୟବସାୟ ମଧ୍ୟ କରିବେ | ନୂତନ କର୍ମ କିମ୍ଭା ଦୁଇ କିମ୍ଭା ତିନୋଟି କାର୍ଯ୍ୟ କରିବେ ଯଥେଷ୍ଟ ସମ୍ଭାବନା ରହିଛି | ବାଣିଜ୍ୟରେ ବିନିଯୋଗ କରନ୍ତୁ ନିଶ୍ଚୟ ଶୁଭଫଳ ପାଇବେ |

ମେ ମାସ ପରେ ସନ୍ତାନହେତୁକିଛି ସମସ୍ୟା ବା ଜ୍ୟେଷ୍ଠ ସନ୍ତାନ ପାଇଁ କିଛି ଚିନ୍ତାରେ ରହିବେ | ପିତା ମାତାଙ୍କ ସ୍ବସ୍ଥାକୁ ନେଇ ସମସ୍ୟାରେ ରହିବେ ଏବଂ ଦାମ୍ପତ୍ୟ ଜୀବନରେ ଯାହା ସମସ୍ୟା ଥିଲା ତାହା ଦୂର ହେବା | ପତିପତ୍ନୀଙ୍କ ମଧ୍ୟରେ ଭଲ ସମ୍ପର୍କ ହେବ | ଆଗରୁ ଲାଗିରହିଥିବା ବିବାହ ଜନିତ କିଛି ସମସ୍ୟା ବା ବାଧା ଦୂର ହେବ |  ସନ୍ତାନହେତୁକ ଶୁଭ ଫଳ ପାଇବେ | ଜାନୁଆରୀ ଶେଷରୁ ଏପ୍ରିଲ ମଧ୍ୟରେ ସନ୍ତାନଙ୍କ ଚାକିରୀ ,ଭଲ ପାଠପଢାପଢି କରିବେ ଏବଂ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉତୀର୍ଣ୍ଣ ହେବେ | ଇଣ୍ଟରଭ୍ୟୁରେ କୃତକାର୍ଯ୍ୟ ହେବେ | ସନ୍ତାନ ଆପଣଙ୍କର ବିଶେଷ ଯାତ୍ରା କରିବେ | ସନ୍ତାନହେତୁକ ବିବାହ ବ୍ରତ ଆଦି ମାଙ୍ଗଳିକ କାର୍ଯ୍ୟ କରିବେ |

ଆପଣ ସ୍ପଷ୍ଟବାଦୀ ହେଲେମଧ୍ୟ ଚାଟୁକାରିତା ବୁଝିପାରନ୍ତିନି ଯାହା ଫଳରେ ଆପଣ ଅତୀତ ଜୀବନରେ ଅନେକ ହରେଇସାରିଛନ୍ତି | କିନ୍ତୁ ବର୍ଷ ଆରମ୍ଭରେ ଆପଣଙ୍କ ରାଶିରେ ରବି ଶୁକ୍ର ଏକାଠି ଥିବାରୁ ଯଶ ଯୋଗ ସୃଷ୍ଟି ହେଉଛି | ବ୍ୟବସାୟରେ କିଛି ଅର୍ଥ ବିନିଯୋଗ କରନ୍ତୁ ଶୁଭଫଳ ପାଇବେ | ସ୍ୱାସ୍ଥ୍ୟରେ ଉନ୍ନତି ହେବ | କିଛି ଆୱାର୍ଡ ବା ସନମାନିତ ହେବେ | ପାର୍ଟନର ବ୍ୟବସାୟ କରନ୍ତୁ ନାହିଁ |ବିବାଦଠାରୁ ଦୂରରେ ରୁହନ୍ତୁ |  ଆପଣଙ୍କ ପାଇଁ ଶୁଭ ହେବେ | ଏ ବର୍ଷ ଆପଣଙ୍କର ଏବଂ ଆପଣଙ୍କ ପରିବାର ମଙ୍ଗଳ ହେଉ ମୋର ଜଗନ୍ନାଥ ନିକଟରେ ଏତିକି ପାର୍ଥନା |

ପ୍ରତିକାର :-

                             ପ୍ରତ୍ୟେକ ଗୁରୁବାର ଦିନ ଆପଣ  ଦେବାଧିଦେବ ମହାଦେବଙ୍କୁ ଦର୍ଶନ କରନ୍ତୁ | ଏବଂ  ମହାଦେବଙ୍କ ପାଖରେ କ୍ଷୀରରେ ସାମାନ୍ୟ ଶୁଦ୍ଧ ହଳଦୀଗୁଣ୍ଡ କିମ୍ଭା କେଶର ପକାଇ ଆପଣ ମହାଦେବଙ୍କୁ ଅଭିଷେକ କରନ୍ତୁ | ଚନ୍ଦନରେ ସାମାନ୍ୟ କଷରା ମିଶାଇ କପାଳରେ ଲଗାଇ ଦୂର ଯାତ୍ରା କରନ୍ତୁ |ଯାହା ବି ରିଷ୍ଟ ଅଛି ଖଣ୍ଡନ ହେବ ଏବଂ ଶୁଭଫଳ ପାଇବେ |